www.samajalive.in
Monday, December 8, 2025
24.1 C
Bhubaneswar

ଆଇସିସି ଟେଷ୍ଟ ମାନ୍ୟତା : ୱିଲିୟମ୍ସନ୍ ପୁଣି ଏକ ନମ୍ବର, ଚତୁର୍ଥ ସ୍ଥାନରେ କୋହଲି

ଆଇସିସି ବୁଧବାର ଖେଳାଳିଙ୍କ ସର୍ବଶେଷ ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନ୍ ପୁନର୍ବାର ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ସେ ୯୦୧ ରେଟିଂ ସହିତ ଏକ ନମ୍ବରରେ ଅଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସୂଚନାଯୋଗ୍ୟ, ୱିଲିୟମ୍ସନ୍ ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ୍ ଟାଇଟଲ୍ ଜିତିଥିଲେ। ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଅଷ୍ଟ୍ରେଲୀୟ ଖେଳାଳି ମାର୍ନୁସ୍ ଲାବୁସାଗ୍ନେ (୮୭୮ରେଟିଂ) ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି (୮୧୨ ରେଟିଂ) ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଥି ସହିତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପଞ୍ଚମ ସ୍ଥାନରେ ରହିଛନ୍ତି।

ଦୁଇ ସପ୍ତାହ ପୂର୍ବରୁ ସ୍ମିଥ୍ ୱିଲିୟମସନଙ୍କୁ ପଛରେ ପକାଇ ମାନ୍ୟତାରେ ଶୀର୍ଷରେ ରହିଥିଲେ କିନ୍ତୁ ଏବେ ପୁଣି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ନଭେମ୍ବର ୨୦୧୫ ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୱିଲିୟମସନ ପ୍ରଥମ ଥର ପାଇଁ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲେ। ଏଥି ସହ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ପୁଣି ଷଷ୍ଠ ସ୍ଥାନରେ ଥିବାବେଳେ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଆସି ସପ୍ତମ ସ୍ଥାନରେ ଅଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories