www.samajalive.in
Saturday, December 13, 2025
15.1 C
Bhubaneswar

ପୁରୁଷ ହକି : ସେମିରେ ଭାରତ

ଜାକର୍ତ୍ତା : ଭାରତୀୟ ପୁରୁଷ ହକି ଦଳ ଚଳିତ ଏସୀୟ କ୍ରୀଡାରେ ସେମିଫାଇନାଲକୁ ଉନ୍ନୀତ ହୋଇଛି। ରବିବାର ଏଠାରେ ଖେଳାଯାଇଥିବା ପୁଲ ‘ଏ’ର ଏକ ମ୍ୟାଚରେ ଭାରତ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଲିଗ୍‍ ପର୍ଯ୍ୟାୟରେ କ୍ରମାଗତ ଚତୁର୍ଥ ବିଜୟ ସହ ଭାରତ ୧୨ ପଏଣ୍ଟ ପାଇ ଗ୍ରୁପ୍‍ ଶୀର୍ଷରେ ରହିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିପାରିଛି। ଆସନ୍ତା ୨୮ରେ ଭାରତ ତାହାର ଶେଷ ଲିଗ୍‍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଭାରତ ତାହାର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୧୭-୦, ଦ୍ୱିତୀୟ ମ୍ୟାଚରେ ହଂକଂକୁ ୨୬-୦ରେ ଓ ତୃତୀୟ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ପରାସ୍ତ କରିସାରିଛି।
ଦକ୍ଷିଣ କୋରିଆ ବିପକ୍ଷ ଏହି ମ୍ୟାଚରେ ଭାରତ ପ୍ରାରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା। ପ୍ରଥମ କ୍ୱାର୍ଟରର ୧ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ରୂପିନ୍ଦରପାଲ ସିଂହଙ୍କ ସଟ୍‍କୁ କୋରିଆ ଗୋଲରକ୍ଷକ ତ୍ରୁଟିପୂର୍ଣ୍ଣ ଭାବେ ଅଟକାଇବାରୁ ଭାରତକୁ ପେନାଲଟି ଷ୍ଟ୍ରୋକ୍‍ ମିଳିଥିଲା। ରୂପିନ୍ଦର ଏହାକୁ ଗୋଲରେ ପରିବର୍ତ୍ତନ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ୫ମ ମିନିଟରେ ଚିଙ୍ଗିଲସାନା ସିଂହଙ୍କ ଗୋଲ ବଳରେ ଏହି ବ୍ୟବଧାନ ୨-୦କୁ ବୃଦ୍ଧି ପାଇଥିଲା। ପରବର୍ତ୍ତୀ ଚାରି ମିନିଟ ମଧ୍ୟରେ ଭାରତୀୟ ଖେଳାଳିଙ୍କ ଏକାଧିକ ସଟ୍‍କୁ କୋରିଆ ଗୋଲରକ୍ଷକ ଅଟକାଇଥିଲେ। ଏହି କ୍ୱାର୍ଟରରେ ଭାରତକୁ ଆଉ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଗୋଲ ହୋଇପାରିନଥିଲା। ଦ୍ୱିତୀୟ କ୍ୱାର୍ଟରର ୧୬ ମିନିଟରେ ଲଳିତ ଉପାଧ୍ୟାୟ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରିବା ଫଳରେ ଭାରତ ୩-୦ରେ ଆଗୁଆ ରହିଥିଲା। ଏହି କ୍ୱାର୍ଟରର ୨୩ ମିନିଟରେ କୋରିଆକୁ ପ୍ରଥମ ଓ ୨୬ ମିନିଟରେ ଭାରତକୁ ଚତୁର୍ଥ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା।
ବିରତି ପରେ ତୃତୀୟ କ୍ୱାର୍ଟରର ୩୨ ମିନିଟରେ କୋରିଆ ଖେଳାଳି ଜିଓଙ୍ଗ୍‍ ଜୁନ୍‍ୱୁଙ୍କ ସଟ୍‍ ଭାରତୀୟ ଗୋଲପୋଷ୍ଟରେ ବାଜି ବାହାରକୁ ଚାଲିଯାଇଥିଲା। ୩୪ ମିନିଟରେ କୋରିଆକୁ ମିଳିଥିବା ପେନାଲଟି କର୍ଣ୍ଣରରୁ ଜୁଙ୍ଗ୍‍ ମାନ୍‍ଜାଇ ଗୋଲ ଦେବାରୁ ଏହି ବ୍ୟବଧାନ ୩-୧କୁ ହ୍ରାସ ପାଇଥିଲା। ୩୫ ମିନିଟରେ ଜୁଙ୍ଗ୍‍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିବା ଫଳରେ ଭାରତ ୩-୨ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟରର ୪୬ ମିନିଟରେ ବିବେକ ସାଗରଙ୍କ ସଟ୍‍ କୋରିଆ ଗୋଲପୋଷ୍ଟ୍‍ର କ୍ରସବାର୍‍ରେ ବାଜିବା ଫଳରେ ଏହି ସୁଯୋଗ ହାତଛଡା ହୋଇଥିଲା। ୪୯ ମିନିଟରେ ମନପ୍ରୀତ ସିଂହ ଆଉ ଏକ ଗୋଲ ଦେବାରୁ ଭାରତ ୪-୨ରେ ଆଗୁଆ ରହିଥିଲା। ୫୫ ମିିନିଟରେ ଆକାଶଦୀପ ସିଂହଙ୍କ ଗୋଲ ବଳରେ ଏହି ବ୍ୟବଧାନ ୫-୨କୁ ବୃଦ୍ଧି ପାଇଥିଲା। ୫୯ ମିନିଟରେ କୋରିଆକୁ କ୍ରମାଗତ ୪ଟି ପେନାଲଟି କର୍ଣ୍ଣର ମିଳିଥିଲା। ଶେଷ ସୁଯୋଗରେ ଜାଙ୍ଗ୍‍ ଜୋଙ୍ଗ୍‍ହ୍ୟୁନ୍‍ କୋରିଆ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିବାବେଳେ ଭାରତ ଶେଷରେ ୫-୩ ଗୋଲରେ ବିଜୟୀ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories