www.samajalive.in
Friday, December 12, 2025
19.1 C
Bhubaneswar

ସେମିରେ ସିନ୍ଧୁ ଓ ସାଇନା; ପଦକ ନିଶ୍ଚିତ

ଜାକର୍ତ୍ତା : ଭାରତର ପିଭି ସିନ୍ଧୁ ଓ ସାଇନା ନେହୱାଲ ଚଳିତ ଏସୀୟ କ୍ରୀଡାର ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍‍ସ ଇଭେଣ୍ଟରେ ସେମିଫାଇନାଲକୁ ଉନ୍ନୀତ ହେବା ସହ ପ୍ରତ୍ୟେକ ଅତିକମରେ ବ୍ରୋଞ୍ଜପଦକ ନିଶ୍ଚିତ କରିପାରିଛନ୍ତି। ରବିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ନିଚାଓନ୍‍ ଜିନ୍ଦାପୋଲ୍‍ଙ୍କୁ ଓ ସାଇନା ଥାଇଲାଣ୍ଡର ରାତ୍‍ଚାନୋକ୍‍ ଇନ୍ତାନନ୍‍ଙ୍କୁ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କୁ ଓ ସାଇନା ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍ଙ୍କୁ ଭେଟିବେ। ସୂଚନାଯୋଗ୍ୟ ୩୬ ବର୍ଷ ପରେ କୌଣସି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏସୀୟ କ୍ରୀଡାରେ ବ୍ୟକ୍ତିଗତ ଇଭେଣ୍ଟରେ ପଦକ ଜିତିପାରିଛନ୍ତି। ୧୯୮୨ରେ ସୟଦ ମୋଦି ଶେଷ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଭାବେ ଦିଲ୍ଲୀ ଏସୀୟ କ୍ରୀଡାରେ ବ୍ରୋଞ୍ଜପଦକ ଜିତିଥିଲେ।
ବିଶ୍ୱର ୩ ନମ୍ବର ଖେଳାଳି ସିନ୍ଧୁ କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ନିଚାଓନ୍‍ ଜିନ୍ଦାପୋଲ୍‍ଙ୍କୁ ୨୧-୧୧, ୧୬-୨୧, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ଏକ ଘଣ୍ଟା ଧରି ଚାଲିଥିଲା। ପ୍ରଥମ ଗେମରେ ସିନ୍ଧୁ ମଧ୍ୟାନ୍ତର ସୁଦ୍ଧା ୧୧-୭ ପଏଣ୍ଟରେ ଆଗୁଆ ରହିଥିଲେ। ବିରତି ପରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ୨୦-୧୦ ସ୍ଥିତିରେ ଉପନୀତ ହୋଇଥିଲେ। ନିଚାଓନ୍‍ ଆଉ ୨ ପଏଣ୍ଟ ହାସଲ କରିବାରେ ସଫଳ ହୋଇଥିଲେ ସୁଦ୍ଧା ସିନ୍ଧୁ ଏହି ଗେମକୁ ୨୧-୧୨ରେ ଜିତି ୧-୦ରେ ଆଗୁଆ ରହିଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ସିନ୍ଧୁ ମଧ୍ୟାନ୍ତର ସୁଦ୍ଧା ୧୧-୮ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ନିଚାଓନ୍‍ ଏହି ବ୍ୟବଧାନକୁ ହ୍ରାସ କରିବା ସହ ୨୧-୧୬ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ତୃତୀୟ ଗେମ ପ୍ରାରମ୍ଭରେ ସିନ୍ଧୁ ୫-୭ ପଏଣ୍ଟରେ ପଛୁଆ ଥାଇ ସୁଦ୍ଧା ମଧ୍ୟାନ୍ତର ସମୟରେ ୧୧-୭ ପଏଣ୍ଟରେ ଆଗେଇ ଯାଇଥିଲେ। ନିଚାଓନ୍‍ଙ୍କ କଡା ସଂଘର୍ଷ ସତ୍ତ୍ବେ ସିନ୍ଧୁ ଏହାକୁ ୨୧-୧୪ରେ ଜିତି ସେମିରେ ସ୍ଥାନ ପକ୍କା କରିଛନ୍ତି।
ଅନ୍ୟ କ୍ୱାର୍ଟର ଫାଇନାଲରେ ସାଇନା ୨୧-୧୮, ୨୧-୧୬ ଗେମରେ ଥାଇଲାଣ୍ଡର ରାତ୍‍ଚାନୋକ ଇନ୍ତାନନ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪୨ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ସାଇନା ଏକଦା ୩-୧୧ ପଏଣ୍ଟରେ ପଛୁଆ ରହିଥିଲେ। ତେବେ ସାଇନା ଲଢୁଆ ପ୍ରଦର୍ଶନ ଜରିଆରେ ଏହି ବ୍ୟବଧାନକୁ ହ୍ରାସ କରିବା ସହ ଏକଦା ୧୮-୧୮ ସ୍ଥିତିକୁ ଆଣିଥିଲେ। ଏହାପରେ ସାଇନା କ୍ରମାଗତ ତିନି ପଏଣ୍ଟ ହାସଲ କରି ଏହି ଗେମକୁ ୨୧-୧୮ରେ କବ୍‍ଜା କରିଥିଲେ। ଦ୍ୱିତୀୟ ଗେମରେ ସାଇନା ନିରବଚ୍ଛିନ୍ନ ଭାବେ ଆଗୁଆ ରହି ଶେଷରେ ୨୧-୧୬ରେ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories