www.samajalive.in
Monday, December 8, 2025
24.1 C
Bhubaneswar

ଦେଶରେ ଆବଶ୍ୟକ ଅମ୍ଲଜାନକୁ ଏକ ତୃତୀୟାଂଶ ଖର୍ଚ୍ଚରେ ପ୍ରସ୍ତୁତ ପାଇଁ ମେସିନ୍ ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ ଦୁଣ୍ଡି

ଭବାନୀପାଟଣା : କରୋନା ସମୟରେରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅମ୍ଳଜାନ ଅତିକମ ଖର୍ଚ୍ଚରେ ଯୋଗାଣ ଉଦେଶ୍ୟରେ ନିର୍ମାଣ ହୋଇଛି ସ୍ବଦେଶୀ ଜ୍ଞାନକୌଶଳର ” ଅକ୍ସିଜେନ କନସନଟ୍ରେଟର” ମେସିନ। କମ୍ପ୍ରେସର ମାଧ୍ୟମରେ ନାଇଟ୍ରୋଜେନ ଗ୍ୟାସକୁ ବିଚ୍ଛିନ୍ନ କରି ଏହି ମେସିନ୍ ବିଶୁଦ୍ଧ ଅମ୍ଳଜାନ ଉତ୍ପାଦନ କରୁଥିବା ଦାଵି କରୁଛନ୍ତି ଓଡିଶା ଷ୍ଟାର୍ଟଅପ ଦ୍ବାରା ସ୍ବୀକୃତିପ୍ରାପ୍ତ ଦୁଣ୍ଡି ଇଲେକ୍ଟ୍ରୋନିକ୍ସ ଏଣ୍ଡ ଇଲେକ୍ଟ୍ରିକାଲ ପ୍ରାଇଭେଟ୍ ଲିମିଟେଡର ଯୁବ ଉଦ୍ୟୋକ୍ତା ଲକ୍ଷ୍ମଣ ଦୁଣ୍ଡି।

ସ୍ଥାନୀୟ ବଜାରରେ ଉପଲବ୍ଧ ଦେଶୀ ସାମଗ୍ରୀର ଯୋଗାଡ଼ରେ ପ୍ରସ୍ତୁତ ହୋଇଛି ଏହି ମେସିନ । ଯାହା ବଜାର ଦରରେ ବିକ୍ରୀ ଅମ୍ଳଜାନରୁ ମାତ୍ର ଏକ ତୃତୀୟାଂଶ ଖର୍ଚ୍ଚରେ ଅମ୍ଳଜାନ ପ୍ରସ୍ତୁତ କରୁଛି । ଯାହାର ଯାଂଚ ପାଇଁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଏକ ଡାକ୍ତରୀ ଟିମକୁ ଲକ୍ଷ୍ମଣ ଡେମୋ ଦେଖାଇଛନ୍ତି। ଯାହାକୁ ଡାକ୍ତରୀ ଟିମ ସନ୍ତୋଷବ୍ୟକ୍ତ କରି ଅମ୍ଳଜାନର ମାତ୍ରା ପରଖିବାକୁ ଭବାନୀପାଟଣା ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ ଯାଂଚ ପାଇଁ ସୁପାରିଶ କରିଛନ୍ତି। ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧିକାରୀ ଜଳନ୍ଧର ମେହେର ଯଦି ଅମ୍ଳଜାନ ସ୍ତର ଠିକ୍ ରହେ ତେବେ ଏହା ଅମ୍ଳଜାନ ଯୋଗାଇବାରେ ଏକ ବଡ଼ ସଫଳତା ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।
ଲକ୍ଷ୍ମଣ ତୁଣ୍ଡି ନୁଆପଡା ଜିଲ୍ଲା କଣ୍ଟାମାଳ ଗାଁ। ୧୦ ବର୍ଷ ତଳେ ନିଜ ବାପା ମାଆଙ୍କ ସହ ସେ ଆନ୍ଧ୍ର ପ୍ରଦେଶରେ ଶିଶୁ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ହେଲେ ଲୋକଦୃଷ୍ଟି ସ୍ବେଚ୍ଛାସେବୀ ସଂଗଠନ ସହାୟତାରେ ଉଦ୍ଧାର ହୋଇ ବର୍ତ୍ତମାନ ବିଏସସି ଛାତ୍ର । ସାଂପ୍ରତିକ ପରିସ୍ଥିତିରେ ଦେଶରେ ଅମ୍ଳଜାନ ଅଭାବ ଯୋଗୁଁ ମଣିଷ ମୃତ୍ୟୁ ତାଙ୍କୁ ଏହି ମେସିନ ଉଦ୍ଭାବନ ପାଇଁ ଆହ୍ବାନ କରିଥିଲା।

- Advertisement -

ତାଙ୍କ ଅମ୍ଳଜାନ ପ୍ରସ୍ତୁତ ମେସିନକୁ କଳାହାଣ୍ଡି ପ୍ରଶାସନ ଗୁରୁତ୍ୱ ଦେଇ ଯାଂଚ ଜାରି ରଖିଥିବା ବେଳେ ସରକାର ଯଦି ଯାଂଚକୁ ତ୍ୱରାନ୍ୱୀତ କରନ୍ତା ତାହେଲେ ମାନବ କଲ୍ୟାଣରେ ଏହି ଜ୍ଞାନକୌଶଳ ଖୁବଶିଘ୍ର ଲାଗି ପାରନ୍ତା ବୋଲି ନିବେଦନ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories