www.samajalive.in
Saturday, December 13, 2025
26.1 C
Bhubaneswar

ପାଣି ଯୋଗାଇବା ବାହାନାରେ ମୋରମ ଚାଲାଣ ଅଭିଯୋଗ

ନୀଳଗିରି: ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ସରକାର କୋଟି କୋଟି ଟଙ୍କା ର ପ୍ରକଳ୍ପ ତିଆରି କରୁଛନ୍ତି। ହେଲେ ଏହି ପ୍ରକଳ୍ପ ନାଁ ରେ ସମ୍ପୃକ୍ତ ଠିକାଦାର ସଂସ୍ଥା ମୋରମ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଉତେଜନା ମଧ୍ୟ ସୃଷ୍ଟି ହୋଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଅଯୋଧ୍ୟା କଲେଜ ଛକ ନିକଟରେ ଏକ ବୃହତ ପ୍ରକଳ୍ପ ନିର୍ମାଣ ଚାଲିଛି। ମୋଟ ୧୪୯ କୋଟି ୧୨ଲକ୍ଷ ଟଙ୍କା ବ୍ୟୟବରାଦ ରେ ଉକ୍ତ ପ୍ରକଳ୍ପ ନିର୍ମାଣ ଚାଲିଥିଲେ ହେଁ ମାଟି ଖୋଳିବା ସମୟରେ ସେଥିରୁ ମୋରମ ବାହାରି ଥିଲା। ସମ୍ପୃକ୍ତ ଠିକାଦାର ଏହି ମୋରମକୁ ପ୍ରକଳ୍ପ ର ଚାରିପାଖରେ ବିଛାଇବା କିମ୍ବା ଗଚ୍ଛିତ ରଖିବା ପରିବର୍ତ୍ତେ ଶହ ଶହ ଟ୍ରିପ ମୋରାମ ଚାଲାଣ କରି ଅନ୍ୟତ୍ର ବିକ୍ରି କରି ଦେଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ନୀଳଗିରି ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories