www.samajalive.in
Monday, December 8, 2025
14.1 C
Bhubaneswar

ରେଙ୍ଗାଳି ଶକ୍ତି କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି : ୫ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ

କଣିହାଁ : ଅନୁଗୋଳ ଜିଲା ଅନ୍ତର୍ଗତ କଣିହାଁ ବ୍ଲକର ରେଙ୍ଗାଳି ସ୍ଥିତ ଓଏଚପିସି ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଶକ୍ତିକେନ୍ଦ୍ର (ପାୱାର ହାଉସ)ର ଭାକ୍ୟୁମ ବ୍ରେକର ଅଚଳ ହୋଇପଡ଼ିବା ଯୋଗୁଁ ୫ଟି କେନ୍ଦ୍ର (ୟୁନିଟ୍‌)କୁ ବନ୍ଦ କରାଯାଇଛି। ଫଳରେ ଶନିବାର ଅପରାହ୍ଣ ୨ଟା ୮ମିନିଟରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଥିବାବେଳେ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି l
ଗତ ଅପରାହ୍ଣରେ ଶକ୍ତିକେନ୍ଦ୍ରର ୪ ନମ୍ବର ଟରବାଇନ ଚାଲୁଥିବା ବେଳେ ହଠାତ୍ ଭାକ୍ୟୁମ ବ୍ରେକର ଭାଲ୍‌ବ ଅଚଳ ହୋଇ ପଡ଼ିଥିଲା। ଫଳରେ ବନ୍ଧର ଶକ୍ତିକେନ୍ଦ୍ର ତଳ ପାଖ ନଦୀର ଠେଲା ପାଣି ଟରବାଇନ ମଧ୍ୟକୁ ପ୍ରବେଶ କରିଥିଲା l ଟରବାଇନ ସୁରକ୍ଷା ଦୃଷ୍ଟିରୁ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ତୁରନ୍ତ ଶକ୍ତିକେନ୍ଦ୍ର ୫ଟି ଟରବାଇନ୍‌କୁ ବନ୍ଦ କରିଥିଲେ ରବିବାର ଓଏଚପିସି ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟର ନିର୍ଦେଶକ (ପରିଚାଳନା) ଏମ. ଆର ବିଶ୍ବାଳ, ରେଙ୍ଗାଳି ଓଏଚପିସିର ବରିଷ୍ଠ ମହାପ୍ରବନ୍ଧକ ସୁବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ଭାକ୍ୟୁମ ବ୍ରେକର ଭାଲବର ମରାମତି ଚଳାଇଛନ୍ତି। ଏହା ଠିକ କରିବା ପାଇଁ ଆହୁରି ୨ ଦିନ ଲାଗିବ ବୋଲି ଓଏଚପିସି ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l
ରେଙ୍ଗାଳି ଓଏଚପିସି ମୁଖ୍ୟ ସୁବାସ ପାତ୍ରଙ୍କଠାରୁ ପ୍ରକାଶ ଯେ ପ୍ରକଳ୍ପର ସମୁଦାୟ ୫ଟି କେନ୍ଦ୍ର ରହିଛି। ପ୍ରତି କେନ୍ଦ୍ରରୁ ୫୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାର କ୍ଷମତା ରହିଛି l ପ୍ରକଳ୍ପର ଉତ୍ପାଦନ କ୍ଷମତା ୨୫୦ ମେଗାୱାଟ ରହିଛି। ବିଦ୍ୟୁତ୍‌ ବ୍ୟବହାର ଚାହିଦା ମୁତାବକ ଉକ୍ତ ପ୍ରକଳ୍ପ ଦିନକୁ ୩ଟି କେନ୍ଦ୍ର ଚାଲୁ କରି ଦୈନିକ ୧୪୦ରୁ ୧୫୦ ମେଗାୱାଟ ଶକ୍ତି ଉତ୍ପାଦନ କରିଥାଏ। ଶନିବାର ଅପରାହ୍ଣ ୨ଟାରେ ପାୱାର ହାଉସ ଭାକ୍ୟୁମ ଭାଲବର ସ୍ପ୍ରିଂଗ ଭାଙ୍ଗି ଯିବାରୁ ସମସ୍ତ କେନ୍ଦ୍ରକୁ ବନ୍ଦ କରାଯାଇଛି। ଶନିବାର ପ୍ରକଳ୍ପ ୯୦ ମେଗାୱାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିଥିଲା l ପ୍ରତି କେନ୍ଦ୍ରରୁ ଦିନକୁ ପ୍ରକଳ୍ପ ବିଦ୍ୟୁତ ଉତ୍ପାଦନ ବାବଦକୁ ୨ ଲକ୍ଷ ୩୦ ହଜାର ଟଙ୍କା ପାଇଥାଏ। ମରାମତି କାମ ସାରିବା ପାଇଁ ଆଉ ୨ ଦିନ ଲାଗିବ ଓ ତା’ ପରେ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ ବୋଲି ଯନ୍ତ୍ରୀ ସୁବାସ ପାତ୍ର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories