www.samajalive.in
Monday, December 8, 2025
24.1 C
Bhubaneswar

ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ କଣ୍ଟାମାଳ ସାମ୍ବାଦିକ ସଂଘର ସହାୟତା

କଣ୍ଟାମାଳ : ଗତ ଅପ୍ରେଲ ୭ ତାରିଖରେ ପ୍ରାଣ ହରାଇଥିବା ବରିଷ୍ଠ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଆଜି କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଯାଇ ମୃତ ବସ୍ତିଆଙ୍କ ମାଆ, ଧର୍ମପତ୍ନୀ ଓ ଦୁଇ ଝିଅଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତା ପ୍ରଦାନ କରିଥିଲେ। ସଂଘର ଉପଦେଷ୍ଟା ଦିବ୍ୟଶଙ୍କର ରାଉତଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଜୟକୁମାର ମହାରଣା, ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅନନ୍ତଚରଣ ଖମାରୀ, ରଞ୍ଜନ ପାତ୍ର, ଗୋବର୍ଦ୍ଧନ ସାହୁ, ରବି କର୍ଣ୍ଣ ପ୍ରମୁଖ ସଂଘର ସଦସ୍ୟ ମାନଙ୍କ ତରଫରୁ ୨୫ ହଜାର ଟଙ୍କାର ଏକ ଫିକ୍ସ ଡିପୋଜିଟ ପ୍ରଦାନ କରାଯାଇ ଥିଲା। ଆଗାମୀ ଦିନରେ ମଧ୍ୟ ଦୁଇ ଝିଅର ଶିକ୍ଷା ଗ୍ରହଣ ପ୍ରତି ସଂଘ ଦୃଷ୍ଟି ଦେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବସ୍ତିଆ ଦୀର୍ଘ ୩ ଦିନ ଧରି ଜ୍ୱରରେ ପିଡୀତ ହୋଇ କରୋନା ପରୀକ୍ଷା ପାଇଁ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାହାରୁ ଥିବା ବେଳେ ନିଜ ଘର ସମ୍ମୁଖରେ ହିଁ ମୃତ୍ୟୁ ବରଣ କରିଥିଲେ। ସ୍ୱର୍ଗତ ବସ୍ତିଆଙ୍କଠାରେ କରୋନାର ସମସ୍ତ ଲକ୍ଷଣ ରହିଥିବା ହେତୁ ତାଙ୍କୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଭାବେ ବିବେଚନା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories