www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଟିକା ବିକି ଦେଲେ ଡାକ୍ତରଖାନା କର୍ମଚାରୀ !

ଆନନ୍ଦପୁର: ଡାକ୍ତରଖାନା କର୍ମଚାରୀ ବିକି ଦେଲେ କରୋନା ଟିକା! ଆନନ୍ଦପୁର ଶାଳଣିଆରୁ ଆସିଛି ଏଭଳି ଅଭିଯୋଗ। ତଦନ୍ତ ପାଇଁ ମେଡ଼ିକାଲ ଅଫିସରଙ୍କ ପ୍ରତିଶ୍ରୁତି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଡାକ୍ତରଖାନା କର୍ମଚାରୀ ଆଣିଥିବା ଟିକା ମଧ୍ୟରୁ ଖୋଲିଲାବେଳେ କମ ଟିକା ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନା କର୍ମଚାରୀ କରୋନା ଟିକା ବିକ୍ରୀ କରି ଦେଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପାଇଁ ମେଡ଼ିକାଲ ଅଫିସର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆନନ୍ଦପୁର ଶାଳଣିଆରୁ ଆସିଛି ଏଭଳି ଅଭିଯୋଗ।

କେନ୍ଦୁଝର ଜିଲା ଆନନ୍ଦପୁର ସବଡିଭିଜନର ଶାଳଣିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଶାରଳା ଗାଁକୁ ଟିକା ନେଇ ଯାଉଥିବା ଡାକ୍ତରଖାନା କର୍ମଚାରୀ ରାସ୍ତାରେ ଟିକା ବିକ୍ରି କରି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା କର୍ମଚାରୀ ଜଣକ ୧୨ଟି ବଟଲରେ ୧୨୦ ପାନ ଟିକା ନେଇ ଗାଁକୁ ଆସୁଥିଲେ। ହେଲେ ଟିକାକରଣ କେନ୍ଦ୍ରରେ ପହଞ୍ଚିବାବେଳକୁ ଗୋଟିଏ ବଟଲ ଫାଙ୍କା ଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ଶାଳଣିଆ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ। ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଫିସର ପ୍ରକାଶ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories