www.samajalive.in
Wednesday, December 10, 2025
18.1 C
Bhubaneswar

ୟୁଏଇକୁ ଯାଇପାରେ ଟି-୨୦ ବିଶ୍ବକପ୍ : ଶାହା

ନୂଆଦିଲ୍ଲୀ : ଭାରତରେ କୋଭିଡ୍‌-୧୯ ମହାମାରୀ ଥମିବାର ନାଁ ନେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌ ୟୁଏଇରେ ଆୟୋଜନ ହୋଇପା​‌େ​‌ର ବୋଲି ଶନିବାର ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା। ଏକ ଗଣମାଧ୍ୟମକୁ ଶାହା କହିଛନ୍ତି, ଆମଦେଶରେ କୋଭିଡ୍‌-୧୯ ପରିସ୍ଥିତି ଯୋଗୁଁ ଅମେ ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ୟୁଏଇକୁ ସ୍ଥାନାନ୍ତର କରିପାରୁ। ଆମେ ଭାରତର ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛୁ। ଆମ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଖୁବ୍‌ ଶ୍ରୀଘ୍ର ଆମେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।
ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ ୟୁଏଇରେ ଅକ୍ଟୋବର ୧୭ରେ ଆରମ୍ଭହେବ ଏବଂ ନଭେମ୍ବର ୧୪​‌େ​‌ର ଫାଇନାଲ ଖେଳାଯିବ ବୋଲି ଶୁକ୍ରବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଅର୍ଥାତ୍; ୟୁଏଇରେ ଆଇପିଏଲ୍‌-୧୪ର ଫାଇନାଲ ଖେଳାଯିବାର ୨ ଦିନ ପରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭହେବ। ସୂଚନାଯୋଗ୍ୟ; ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୧୬ଟି ଦଳ ଖେଳିବେ। ତେଣୁ ଭାରତରେ ଲାଗି ରହିଥିବା କୋଭିଡ୍‌-୧୯ ପରିସ୍ଥିତିକୁ ଦେଖି ଏହି ବିଶ୍ବକପ୍‌କୁ ଭାରତରେ ଆୟୋଜନ ପାଇଁ ବିସିସିଆଇ ସାହସ କରି ପାରୁନାହିଁ। ୧୬ଟି ଦଳ ଖେଳିବାର ଥିବାରୁ ଏକାଧିକ ସହରରେ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଖେଳାଳି ଓ ମ୍ୟାଚ୍‌ ଅଧିକାରୀଙ୍କୁ ନିୟମିତ ଯାତାୟତ କରିବାକୁ ପଡ଼ିବ। ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରେ ୮ଟି ଦୁର୍ବଳ ଦଳଙ୍କୁ ନେଇ ମ୍ୟାଚ୍‌ ଖେଳାଯିବ। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଦଳ ଆଇସିସି ମାନ୍ୟତାରେ ପ୍ରଥମ ୮ଟି ସ୍ଥାନରେ ଥିବା ଦଳଙ୍କ ସହ ମିଶି ସୁପର-୧୨ ପର୍ଯ୍ୟାୟ ଖେଳାଯିବ। ଅକ୍ଟୋବର ୨୪ରୁ ସୁପର-୧୨ର ୩୦ଟି ମ୍ୟାଚ୍‌ ଖେଳାଯିବ। ଏହାପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସୂଚନାଯୋଗ୍ୟ; ଭାରତରେ କୋଭିଡ୍‌-୧୯ ପରିସ୍ଥିତି ଯୋଗୁଁ ୨୦୨୧ ଆଇପିଏଲ୍‌ର ବଳକା ୩୧ଟି ମ୍ୟାଚ୍‌ ୟୁଏଇର ୩ଟି ସହରରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭହୋଇ ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହାର ଅର୍ଥ ହେଉଛି ଯେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଠିକ୍ ପୂର୍ବରୁ ଆଇପିଏଲ୍‌-୧୪ର ବାକିଥିବା ମ୍ୟାଚ୍‌ ଖେଳାଯିବ। ତେଣୁ ଆଇପିଏଲ୍‌ରେ ବିଦେଶୀ ଖେଳାଳି ଖେଳିବା ନେଇ ଅଧିକାଂଶ ଫ୍ରାଞ୍ଚାଇଜି ନିଶ୍ଚିତ ନାହାନ୍ତି। ପୁଣି ଏହା ମଧ୍ୟ ଜଣାପଡ଼ିଛି ଯେ ଜୁଲାଇ ୬ରେ ବିଭିନ୍ନ ଫ୍ରାଞ୍ଚାଇଜିର ଅଧିକାରୀ ୟୁଏଇ ଯାଇ ସେଠାକାର ପରିସ୍ଥିତି ଆକଳନ କରିବେ। ଏକ ଫ୍ରାଞ୍ଚାଇଜିର ଅଧିକାରୀ କହିଛନ୍ତି, ବିସିସିଆଇ ଓ ଭାରତ ସରକାରଙ୍କ ପକ୍ଷରୁ ସବୁଜସଙ୍କେତ ମିଳିବା ପରେ ଜୁନ୍‌ ୬ରେ ଆମେ ୟୁଏଇ ଯିବୁ। ଗତବର୍ଷ ପରି ଏଥର କିନ୍ତୁ ହୋଟେଲ କୋଠରୀର ସମୁଦାୟ ବୁକିଂରେ ଅସୁବିଧା ହେବ। କାରଣ ଗତବର୍ଷ ୟୁଏଇର ସୀମା ବନ୍ଦଥିଲା; ଯାହା ଚଳିତବର୍ଷ ନାହିଁ। ତେଣୁ ବିଦେଶରୁ ବହୁତ ଲୋକ ୟୁଏଇ ଆସିବେ। ତେଣୁ ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟ ମଧ୍ୟରେ ରଖିବା କଷ୍ଟକର ହେବ। ପୁଣି ବିଦେଶୀ ଖେଳାଳି ଯେପରି ଆଇପିଏଲ୍‌ ଖେଳିପାରିବେ; ତାହାକୁ ଦୃଷ୍ଟିରେ ରଖି ବିସିସିଆଇ ଅନୁରୋଧରେ କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ୍‌)କୁ ୨ ପୂର୍ବରୁ ଆରମ୍ଭ କରିବାକୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ରାଜିହୋଇଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories