www.samajalive.in
Wednesday, December 10, 2025
18.1 C
Bhubaneswar

ଡାଇକ ଉପରେ ଗୋଷ୍ଠୀ ସଂଘର୍ଷ ଘଟଣା : ଜୁଆ ଖେଳରୁ ଗଣ୍ଡଗୋଳ !

ସମ୍ବଲପୁର : ସମ୍ବଲପୁର ସହରର ଉପକଣ୍ଠସ୍ଥ ଜମାଦାରପାଲି ନିକଟରେ ହୀରାକୁଦ ନଦୀବନ୍ଧ ଉପରେ ରହିଥିବା ଡାଇକ ରାସ୍ତାରେ ଗତ ସୋମବାର ସନ୍ଧ୍ୟା ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ ଲୁଟପାଟ ଘଟଣାର ମୂଳ କାରଣ ଅଲଗା ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନାନୁଯାୟୀ, ହୀରାକୁଦ ନଦୀବନ୍ଧର ଡାଇକ ଅଞ୍ଚଳ ଗୁଡିକରେ ଜନତାଙ୍କ ଗତାଗତ କମ୍ ରହୁଥିବା ବେଳେ ଏହା ଦିନ ସମୟରେ ମଧ୍ୟ ଖାଲି ରହିଥାଏ। ସଞ୍ଜ ନଇଁଲେ ଅଞ୍ଚଳଟି ସମ୍ପୁର୍ଣ୍ଣ ଅନ୍ଧକାରରେ ଡୁବି ରହିବା ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅସାମାଜିକ ତତ୍ୱଙ୍କ ଆଡ୍ଡା ଜମିବା ଏବଂ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟ ହେଉଥିବାରୁ ଡାଇକ ରାସ୍ତାରେ ଲୋକେ ଯିବା ଆସିବା କରିବାକୁ ଭୟଭୀତ କରିଥାନ୍ତି। ସୋମବାର ସନ୍ଧ୍ୟା ସମୟରେ ସହରର ଏକ କୁଖ୍ୟାତ ଅପରାଧି ଗୋଷ୍ଠୀ ଘଟଣା ଘଟିଥିବା ସ୍ଥାନରେ ବେଆଇନ ଭାବରେ ଜୁଆ ଖେଳ ଚଳାଇଥିଲେ। ଜୁଆ ଖେଳରେ ନିୟମିତ ଖେଳୁଥିବା ଜଣେ ଯୁବକ ଟଙ୍କା ହାରିଯିବା ପରେ ଟଙ୍କା ନ ଦେବାରୁ ସଂଘର୍ଷରୁ ସୂତ୍ରପାତ ହୋଇଥିଲା ବୋଲି କୁହାଯାଉଛି। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡପିଟ, ଛୁରାମାଡ ଓ ଫାଙ୍କା ଗୁଳିଚାଳନା କରାଯାଇଥିବାର କୁହାଯାଉଛି। ସେହି ରାତ୍ରିରେ ପୁଲିସକୁ ଏହି ଘଟଣା ଜଣା ନ ପଡ଼ିବା ଏବଂ ମଙ୍ଗଳବାର ଜଣାପଡ଼ିବା ପରେ ପୁଲିସର ତାର ଦୋଷ ଦୂର୍ବଳତାକୁ ଲୁଚାଇବା ପାଇଁ ପ୍ରୟାସ ଯୋଗୁଁ ପୁଲିସର କାର୍ଯ୍ୟେଶୈଳୀକୁ ନେଇ ପ୍ରଶ୍ନ ଚିହ୍ନ ଲାଗି ରହିଛି।

ଅନ୍ୟ ପଟରେ ଏହି ଘଟଣାର ଦୁଇ ଦିନ ପରେ ମଧ୍ୟ ପୁଲିସର ଅସମ୍ଭବ ନୀରବତା ଯୋଗୁଁ ଅଞ୍ଚଳରେ ଚାଲୁଥିବା ଚର୍ଚ୍ଚା ସମ୍ବଲପୁର ସାରା ଖେଳି ଯାଇଥିଲା। ଏଣୁ ବାଧ୍ୟ ହୋଇ ପୁଲିସ ସକ୍ରିୟ ହୋଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। କାର୍ଯ୍ୟାନୁଷ୍ଠାନରେ ଢ଼େର ବିଳମ୍ବ ଯୋଗୁଁ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ସଂପୃକ୍ତ ବ୍ୟକ୍ତି ମାନେ ପୁଲିସ ହାତରୁ ବହୁ ଦୂରକୁ ଚାଲି ଯାଇଥିବାରୁ ଏବେ ବେଶ କସରତ କରିବାକୁ ପଡୁଛି। ବହୁ କଷ୍ଟରେ ପୁଲିସ ଏହି ଘଟଣାରେ ସଂପୃକ୍ତ ଜଣେ ଅପରାଧିକୁ ଧରିଥିବା ବେଳେ ଏବେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ମାନେ ଫେରାର ହୋଇ ଯାଇଛନ୍ତି। ଅନ୍ୟ ପଟରେ ଏହି ମାମଲାରେ କିଛି ନ କହି ଅସମ୍ଭବ ନୀରବତା ପୁଲିସ ଛବିକୁ ସନ୍ଦେହ ଘେରକୁ ଟାଣି ନେଉଛି। ପୁଲିସ ଦୁଇଟି ବାଇକ ଓ ଜଣେ ସହଯୋଗୀକୁ ଧରି ତଦନ୍ତ ତ୍ୱରାନ୍ୱିତ କରୁଥିବାର ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ସୋମବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମାଦାରପାଲି ନିକଟରେ ନଦୀବନ୍ଧର ଡାଇକ ଉପରେ ବଚସାରୁ ପ୍ରବଳ ମାଡପିଟ ହେବା ସହିତ ଛୁରା ମାଡ ହୋଇଥିଲା। ଏହି ସମୟରେ ଫାଙ୍କା ଗୁଳି ଚାଳନା ମଧ୍ୟ ହୋଇଥିବା କୁହାଯାଉଛି। ମଙ୍ଗଳବାର ଘଟଣା ଜଣାପଡ଼ିବା ପରଠାରୁ ପୁଲିସର ଭୂମିକା ସ୍ୱଚ୍ଛ ନ ଥିବା ଏବଂ ଏହି ଘଟଣାରେ ଅଭ୍ୟାସଗତ ଅପରାଧିଙ୍କ ସମେତ ପରୋକ୍ଷରେ କିଛି ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବାରୁ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଥିବାର ଅଭିଯୋଗ ହେଉଛି। ଅପରପକ୍ଷରେ ଡାଇକ ରାସ୍ତାରେ ପୁଲିସର ଢ଼ିଲା ବ୍ୟବସ୍ଥାର ଏହା କୁପରିଣତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories