www.samajalive.in
Thursday, December 11, 2025
23.1 C
Bhubaneswar

ଟିକାକରଣ କେନ୍ଦ୍ରରେ ଆଧାର କାର୍ଡ ଦେଖି ଟିକା ଦିଆଯାଉ

ଆରଡି: ଶନିବାର ଆରଡି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକାକରଣ ପ୍ରାରମ୍ଭରୁ ଦେଖାଦେଇଥିଲା ବିଶୃଙ୍ଖଳା। ଟିକରକରଣ କେନ୍ଦ୍ରକୁ ଆସିଥିବା ଲୋକେ କହିଥିଲେ ଯେ ଆମ ପାଖରେ ସ୍ମାର୍ଟ ଫୋନ ନାହିଁ । ଖଟିଖିଆ ମୁଲିଆ ଶ୍ରେଣୀର ଲୋକ ଆମେ । ଅନଲାଇ କଣ ଜାଣିନୁ। ଆମକୁ ଆଧାର କାର୍ଡ ଦେଖି ଟିକା ଦିଆଯାଉ। ଏପରି ସମସ୍ୟା ବାବଦରେ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ ପ୍ରାଥମିକ ଅନଲାଇନରେ ଟିକା ନେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି। ଆଗାମୀ ଦିନରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଆଧାର କାର୍ଡ ଅନୁଯାୟୀ ଟିକାକରଣ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ।

 

- Advertisement -

୧୮ ରୁ ୪୪ବର୍ଷର ଲୋକଙ୍କ ପାଇଁ ଟିକାକରଣ ନିମନ୍ତେ ଗତକାଲି ଅର୍ଥାତ ଶୁକ୍ରବାର ସଂଧ୍ୟାରେ ଜିଲା ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ ମାଧ୍ୟମରେ ଜଣାଯାଇଥିଲା। ଏପରେକି ସ୍ଲଟବୁକିଂ କରିଥିବା ଲୋକଙ୍କୁ ଟିକା ଦେବା ପାଇଁ ମେଡିକାଲ କିର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ହେଲେ କିଛିଦିନ ତଳେ କେତେକ ଲୋକଙ୍କୁ ଅଫଲାଇନରେ ଟିକା ଦିଆଯାଇଥିବାରୁ ଏପରି ଆଶା ନେଇ ଶତାଧିକ ଲୋକ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଡିକାଲ ଭିତରକୁ  ଧଶେଇ ପଶିଥିଲେ। ଏପରି ଲୋକମାନଙ୍କର ହୋହାଲା ଓ ବିଶୃଙ୍ଖଳିତ ପାଇଁ ଦୀର୍ଘସମୟ ଧରି ଟିକାକରଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୁଲିସର ହସ୍ତକ୍ଷପ ପରେ ପୁର୍ନବାର ଟିକାକରଣ କାର୍ଯ୍ୟ ଚାଲିଥିଲା।

 

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories