www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟଣା: ଲଦାଖରୁ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଏଠାରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ଘଟିଥିବା ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‍ ଲଦାଖରୁ ଚାରିଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଉଛନ୍ତି ନାଜିର ହୁସେନ (୨୬), ଜୁଲଫିକର ଅଲି ୱାଜିର (୨୫), ଐଜ ହୁସେନ (୨୮) ଏବଂ ମୁଜାମ୍ମିଲ ହୁସେନ (୨୫)। ସେମାନେ ସମସ୍ତେ ଲଦାଖର କାରଗିଲା ଅନ୍ତର୍ଗତ ଥାଙ୍ଗ ଗ୍ରାମର ବାସିନ୍ଦା। ଏହି ଛାତ୍ରମାନଙ୍କୁ ଗିରଫ କରାଯିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀକୁ ଅଣାଯାଇଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀ ୨୯ରେ ଇସ୍ରାଏଲ ଦୂତାବାସ ବାହାରେ ଏକ କମ୍‍ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣ ଘଟିôଥଲା। ତେବେ ଏଥିରେ କେହି ମୃତାହତ ହୋଇନଥିଲେ। ବିସ୍ଫୋରଣ ପ୍ରଭାବରେ ସେଠାରୁ ପ୍ରାୟ ୧୫୦ ମିଟର ଦୂରରେ ପାର୍କିଂ କରାଯାଇଥିବା କେତେକ କାର କ୍ଷତିଗ୍ରସ୍ତ ହୋଇଥିଲା। ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ କାରଗିଲ ପୁଲିସ ସହିତ ମିଳିତ ଅଭିଯାନ ଚଳାଇ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏହି ଚାରିଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପୂର୍ବରୁ ଦୁଇଜଣ ବ୍ୟକ୍ତି ଚଲାବୁଲା କରୁଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଏହାପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories