www.samajalive.in
Monday, December 8, 2025
13.1 C
Bhubaneswar

ଦେବସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୁର୍ତ୍ତି

ବୌଦ୍ଧ : ଗଡଜାତ ବୌଦ୍ଧର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସ୍ଥିତ ସ୍ନାନମଣ୍ଡପରେ ପବିତ୍ର ସ୍ନାନ ପୁର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୁର୍ତ୍ତି ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଛନ୍ତିି। ବୌଦ୍ଧରେ ରାଜା ରାଜୁଡା ଅମଳରୁ ସଂପୂର୍ଣ୍ଣ ପାରମ୍ପରିକ ରୀତିନିତୀରେ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ପାଳିତ ହୋଇଆସୁଅଛି । ଚଳିତବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ମାତ୍ର ୨୦ ଜଣ ବ୍ରାହ୍ମଣଙ୍କୁ ନେଇ ଠାକୁରଙ୍କ ସ୍ନାନ ରିତିନିତୀ ପାଳନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ଅବସରରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥରୀକୃତ ଅମୃତ ବେଳାରେ ଧାଡି ପହଣ୍ଡିରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରମ୍ପରା ମୂତବାକ ବ୍ରାହ୍ମଣ ସେବକମାନେ ମହାନଦୀରୁ ଅଣାଯାଇଥିବା ୧୦୮ କଳସୀ ପବିତ୍ର ଜଳରେ ଠାକୁରମାନଙ୍କୁ ମହାସ୍ନାନ କରାଇଥିଲେ। ପରେ ପରମ୍ପରା ଅନୁଯାୟୀ ପୂଜା ଓ ମହାଆଳତୀ କରାଯାଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଦିନ ତମାମ୍ ଠାକୁରମାନଙ୍କୁ ସ୍ନାନ ମଣ୍ଡପରେ ରଖାଯାଇଥିଲା।

 

- Advertisement -

ଏହାପରେ ବେଶକାରୀମାନେ ଠାକୁରମାନଙ୍କୁ ମନଲୋଭା ଗଜବେଶରେ ସଜ୍ଜିତ କରିଥିଲେ। କୁହାଯାଏ ତିନିଠାକୁରଙ୍କ ଏହି ଗଜବେଶ ଦର୍ଶନ ଦ୍ୱାରା ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇଥାଏ। ଭକ୍ତମାନଙ୍କ ଗହଳି ପାଇଁ ବାରଣ କରାଯାଇଥିବାବେଳେ ମନ୍ଦିର ପରିବେଶ ମହା ସ୍ନାନ ଉତ୍ସବରେ ଖାଁ ଖାଁ ରହିଥିବା ଦେଖାଯାଇଛି। ମନ୍ଦିର ମଧ୍ୟକୁ ପ୍ରବେଶ ଓ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories