www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀ-ଜମ୍ମୁକାଶ୍ମୀର ନେତାଙ୍କ ବୈଠକ ଶେଷ: ରାଜ୍ୟ ମାନ୍ୟତା ଦାବି କଲେ ଆଜାଦ

ଜମ୍ମୁକାଶ୍ମୀରର ପ୍ରମୁଖ ରାଜନୈତିକ ଦଳର ନେତୃତ୍ବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଘଣ୍ଟା ଧରି ଚାଲିଥିବା ଶେଷ ହୋଇଛି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେଏହି ବୈଠକ ବସିଥିଲା ଓ ସେଥିରେ ଜମ୍ମୁକାଶ୍ମୀରର ୧୪ ଜଣ ପ୍ରମୁଖ ନେତା ଯୋଗ ଦେଇଥିଲେ। ଏହି ଆଲୋଚନା କାଳରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୫ଟି ଦାବି ଉପସ୍ଥାପନ କରିଥିବା ଜଣାପଡିଛି।

ଆଜିର ବୈଠକରେ ଯେଉଁ ୫ଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି ସେଗୁଡିକ ହେଉଛି, ରାଜ୍ୟ ମାନ୍ୟତା ଦେବା, ବିଧାନସଭା ନିର୍ବାଚନ କରାଇବା, କାଶ୍ମୀର ପଣ୍ଡିତମାନଙ୍କୁ ପୁନର୍ବାସ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା, ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ଅବିଳମ୍ବେ ମୁକ୍ତ କରିବା ଓ ଅଧିବାସ ନିୟମ ସମ୍ପର୍କରେ ପୁନଃ ବିଚାର କରିବା।

- Advertisement -

ପିପୁଲ କନଫରେନ୍ସ ନେତା ମୁଜାଫର ହୁସେନ ବେଗ ବୈଠକକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ଥିଲା ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁକାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଲାଗି ଯାହା ଆବଶ୍ୟକ ତାହା କରିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି। ବୈଠକରେ ଉପସ୍ଥିତ ଜମ୍ମୁକାଶ୍ମୀରର ସମସ୍ତ ନେତା ରାଜ୍ୟ ମାନ୍ୟତା ପାଇଁ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହେବ ବୋଲି କହିଥିବା ଶ୍ରୀ ବେଗ କହିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories