www.samajalive.in
Wednesday, December 10, 2025
14.1 C
Bhubaneswar

ଚାଷୀଙ୍କ ଧାନ ବିକ୍ରି ପାଇଁ ଥିବା କଟକଣା ନୀତିର ଉଚ୍ଛେଦ ନିମନ୍ତେ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବୈଠକ

ରେଙ୍ଗାଲିକ୍ୟାମ୍ପ : ଚଳିତ ରବି ଫସଲରେ ଚାଷୀଙ୍କ ଉତ୍ପାଦିତ ଧାନ ଆଜି ରାସ୍ତାରେ, ବିଲରେ ପଡ଼ିରହି ଖତ ପାଲଟିଛି ଯାହା ଏକ ପରିତାପର ବିଷୟ। ଧାନ ବିକ୍ରିରେ କଟକଣା ନୀତି ଆଜି ଚାଷୀଙ୍କ ଚାଷ ପ୍ରତି ମନୋବଳ ଭାଙ୍ଗି ଦେବା ସହ ମେରୁଦଣ୍ଡ ଭାଙ୍ଗିଦେଇଛି । ସରକାରଙ୍କ ବିକ୍ରି ବ୍ୟବସ୍ଥାକୁ ଆଳ କରି ପେକ୍ସ, ବେପାରୀ ଓ ମିଲର୍ସମାନେ ଚାଷୀଙ୍କୁ ଶୋଷଣ କରି ଚାଲିଛନ୍ତି। ତେଣୁ ଏହି ଧାନ ବିକ୍ରିରେ ରହୁଥିବା ଚାଷୀମାରଣା ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ୍ ପ୍ରଧାନଙ୍କ ସଭାପତିତ୍ବରେ ସଂଗଠନର ମୁଖ୍ୟ କାର୍ୟ୍ୟାଳୟଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ଚାଷୀ ନେତା ଗଙ୍ଗାଧର ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂଗଠନର ରାଜ୍ୟ ସଭାପତି ଗୌରଚନ୍ଦ୍ର ଖମାରୀଙ୍କ କାର୍ୟ୍ୟକାଳର ସମୟ ଅବଧି ଶେଷ ହୋଇ ଆସୁଥିବା ତଥା ସେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ କୌଣସି ସଭା ସମିତିର ଆୟୋଜନ କିମ୍ବା କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ୟ୍ୟ କରିନଥବା ଯୋଗୁ ନୂତନ ସଭାପତି ଚୟନ ଓ ଦାୟିତ୍ଵ ଅର୍ପଣ କରାଯିବାର ଆବଶ୍ୟକତାକୁ ହୃଦବୋଧ କରି ପ୍ରଥମେ ସଭାପତି ଚୟନ ଉପରେ ପ୍ରସ୍ତାବ ରହିଥିଲା । ତେଣୁ ସ୍ଥାୟୀ ସଭାପତି ଚୟନ କରାଯିବା ପର୍ୟ୍ୟନ୍ତ ବରିଷ୍ଠ ସଭ୍ୟ ସନାତନ ପ୍ରଧାନଙ୍କୁ କାର୍ୟ୍ୟକାରୀ ସଭାପତି ରୂପେ ଦାୟିତ୍ଵ ଦିଆଯାଇଥିଲା। ଦ୍ଵିତୀୟରେ ଧାନ ବିକ୍ରିରେ ପ୍ରଚଳିତ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ପାଇଁ ଦାବି ପ୍ରସ୍ତାବ ଉପସ୍ଥାପନ ହୋଇଥିଲା ।

କରୋନା ମହାମାରୀ ଜନିତ କଟକଣାର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଉତ୍ପାଦିତ ଧାନ କୁ ଠିକ୍ ଭାବରେ ଓ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ମାର୍କେଟ ୟାର୍ଡ୍ ଖୋଲିବାର ସମୟ ଅବଧିକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପାଖରେ ସଂଗଠନ ନିଜର ଦାବି ଜଣାଇବା ପାଇଁ ଉପସ୍ଥିତ ଚାଷୀମାନେ ପ୍ରସ୍ତାବ ଦେଇଥିଲେ। ଧାନ କିଣାରେ ସଂଶ୍ଳିଷ୍ଟ ଥିବା ସମସ୍ତ ସଂସ୍ଥା ତଥା ସମସ୍ତ କର୍ମଚାରୀମାନଙ୍କ ଦୁର୍ନୀତି ନିବାରଣ ପାଇଁ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି ଉପସ୍ଥାପନ ହୋଇଥିଲା। ଚାଷୀଙ୍କ ଏହିସବୁ ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଚାଷୀଙ୍କ ହକ ପାଇଁ ସଂଗଠନ ବିଭିନ୍ନ ପ୍ରକାର ରଣନୀତି ଅବଲମ୍ବନ କରିବ ବୋଲି ସଭାପତି କହିଥିଲେ।

- Advertisement -

ପରିଶେଷରେ ସଂଗଠନର ନୂତନ କର୍ମକର୍ତ୍ତା ଗଠନ କରିବାପାଇଁ ଆସନ୍ତା ୩୦ତାରିଖ ବୁଧବାର ଦିନ ୨ଘତିକା ସମୟରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।
ଏହି ବୈଠକରେ ନାରାୟଣ ସାହୁ, ଗଣେଶ ମହାକୁର, ସନାତନ ପ୍ରଧାନ, ବୃସଭାନୁ ସାହୁ, ବସନ୍ତ ବାରିକ୍, ପଞ୍ଚାନନ ପ୍ରଧାନ, ସ୍ରିମନ୍ତ ବାରିକ୍, ସୁରେନ୍ଦ୍ର ପୋଡ଼, ଦଇତାରୀ ଭୋଇ, ହୃଷୀକେଶ ପ୍ରଧାନ, ତେଜରାଜ୍ ସାହୁ, ଏକାଦଶୀଆ ସାହୁ, ପଲଉ ମାଝୀ, ରତନ ସାହୁ, ଦୀପକ ପ୍ରଧାନ, ଲୋକେଶ୍ଵର୍ ପ୍ରଧାନ, ଭିକାରୀ ବାରିକ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories