www.samajalive.in
Thursday, December 11, 2025
16.1 C
Bhubaneswar

ମାଧ୍ୟମିକ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ

କଟକ : କରୋନା ମହାମାରୀର ଭୟାବହତା ତଥା ତାଲାବନ୍ଦ କାରଣରୁ ପାଠପଢ଼଼ା ବ୍ୟାହତ ହେଉଥିବାରୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ୩୦% ପାଠ୍ୟକ୍ରମ ହ୍ରାସ କରାଯିବା ନିମନ୍ତେ ବିଧିବଦ୍ଧ ଭାବେ  ବିଜ୍ଞପ୍ତି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟ୍‍ www.bseodisha.ac.inରେ ଏନେଇ ସବିଶେଷ ତଥ୍ୟ ଉପଲବ୍ଧ କରାଯାଇଥିବା ଜଣାଯାଇଛି। ଏଥିସହ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଚଳିତ ବର୍ଷଠାରୁ ସାମିଲ କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରଥମ ଭାଷା ଓଡ଼ିଆରେ ଏହାକୁ ଅଧ୍ୟୟନ କରିବେ ବୋଲି ବୋର୍ଡ ସୂତ୍ରରୁ ଜଣାଯାଇଛି। ତେବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି ବୋଲି କହିଛନ୍ତି। ତାଲାବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଶିକ୍ଷା ପାଇବାରୁ ବଞ୍ଚିତ ହେବା ତଥା ଅନ୍‍ଲାଇନ୍‍ ପାଠପଢ଼଼ା ସେମାନଙ୍କ ନିକଟରେ ପହଞ୍ଚିବାରେ ସମସ୍ୟା ଉପୁଜୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories