www.samajalive.in
Saturday, December 13, 2025
21.1 C
Bhubaneswar

ସ୍ବଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ ପାଇଁ ଦିଆଯିବ ପୁରସ୍କାର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁସ୍ଥ ରହିବା ଆମ ଦାୟିତ୍ବ। ସୁସ୍ଥ ରହିଲେ ଆମେ ପରିବାର, ସମାଜ ଓ ଦେଶ ପାଇଁ କିଛି କରିପାରିବା। ନାଗରିକମାନଙ୍କ ସ୍ବାସ୍ଥ୍ୟ ସହିତ ଦେଶର ଅର୍ଥନୀତି ଓ ବିକାଶର ସମ୍ପର୍କ ରହିଛି। ତେଣୁ ସୁସ୍ଥ ରହିବା ପାଇଁ ଆମେ ଆମ ପରିବେଶକୁ ସଫା ରଖିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ବଚ୍ଛ ଗ୍ରାମ ସୁସ୍ଥ ଗ୍ରାମ ଦିଗରେ ଭଲ କାମ କରିଥିବା ଗାଁ , ପଞ୍ଚାୟତ ଓ ବ୍ଲକଗୁଡ଼ିକୁ ପୁରସ୍କୃତ କରାଯିବ। ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉକ୍ତି ‘ସ୍ବଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ’କୁ ଏକ ଆନ୍ଦୋଳନ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।
ଶନିବାର ଆମ ଗାଁ ଆମ ବିକାଶରେ ଭାଗ ନେଇଥିବା ୧୦ଟି ଜିଲାର ଲକ୍ଷାଧିକ ଲୋକଙ୍କ ସହ ଆମ ମୁଖ୍ୟମନ୍ତ୍ରୀ ଆମ କଥା ଭାବେ ନାମିତ କାର୍ଯ୍ୟକ୍ରମରେ ସୁସ୍ଥ ପରିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ, ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ। ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହିତ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ।
ପାଇଖାନା ନିଜେ ବ୍ୟବହାର କରିବା ସହିତ ଏ ଦିଗରେ ଅନ୍ୟମାନଙ୍କୁ ସଚେତନ କରାଇବା ଉପରେ ସେ ଗୁରୁତ୍ବ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସମେସ୍ତ ଆମ ଗାଁର ପରିବେଶକୁ ସଫା ରଖିବା ଦିଗରେ ଯତ୍ନବାନ ହେବା ଉଚିତ। ପରି​‌ବେ‌ଶ ସଫା ରହିଲେ ଆମେ ବିଭିନ୍ନ ରୋଗକୁ ଦୂରେଇ ଦେଇପାରିବା ବୋଲି ସେ କହିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories