www.samajalive.in
Saturday, December 13, 2025
26.1 C
Bhubaneswar

ସାପୁଆ ଉପରେ ଅର୍ଦ୍ଧନିର୍ମିତ ସେତୁକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗୁରୁଡିଝାଟିଆ: କଟକିଆସାହି ପଞ୍ଚାୟତର ବନ୍ଧହଟାରୁ ସାପୁଆ ଉପରେ କେଉଟପଡାରେ ସଂଯୋଗ କରିବାକୁ ଥିବା ଅର୍ଦ୍ଧନିର୍ମିତ ସେତୁର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି। ୨୦୧୩ ମସିହାରୁ ନିର୍ମିତ ହୋଇଥିବା ଏହି ସେତୁଟି ଯୋଗାଯୋଗ ଦୃଷ୍ଟିରୁ ବେଶ ଉପଯୋଗୀ। ସେଥିପାଇଁ ରାଜ୍ୟ ସରକାର ସେତୁ ନିର୍ମାଣ ପାଇଁ ଅର୍ଥରାଶି ବରାଦ କରିଛନ୍ତି। ହେଲେ ୮ବର୍ଷ ହେଲା ସେତୁଟି ନିର୍ମିତ ହୋଇଥିଲେ ମଧ୍ୟ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଅଗ୍ରଗତି ହେଇପାରୁନାହିଁ। ଏଥିରେ ବାଧକ ସୃଷ୍ଟି କରିଛି ଜମି ଅଧିଗ୍ରହଣ। ୨୯୦ ମିଟର ରାସ୍ତା ହେବା ସହ ଏହାର ଓସାର ୪୦ଫୁଟ ହେବ। କେତେକ ଜମି ମାଲିକ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବାରୁ ତୁରନ୍ତ ନିୟମ ଅନୁଯାୟୀ ଜମି ଅଧିଗ୍ରହଣ କରି କ୍ଷତିଗ୍ରସ୍ତ ଜମିହରାଙ୍କୁ ଉଚିତ୍ ପ୍ରାପ୍ୟ ଦେବା ପାଇଁ ଜିଲ୍ଳାପାଳ ଶ୍ରୀ ଚଇନି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶଯୋଗ୍ୟ ସେତୁ ଓ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଉଦାସୀନତା, ଟାଳଟୁଳ ନୀତି ପାଇଁ କ୍ଷୋଭ ପ୍ରକାଶ କରିବା ସହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, କଟକ ଜିଲ୍ଲା ଜମି ଗ୍ରହଣ ଅଧିକାରୀ, ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ନିଧିପୁର ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏପରିକି ଜଗମୋହନପୁର, କେଉଟପଡା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇଥିବା ଦେଖି ତୁରନ୍ତ ଏହାକୁ କଂକ୍ରିଟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories