www.samajalive.in
Monday, December 8, 2025
14.1 C
Bhubaneswar

ତମ୍ବା ତାଲା ଘରେ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ

ତାଲା ଘରକୁ ସୁରକ୍ଷା ଦେଇଥାଏ । କେବଳ ଘର ନୁହେଁ ଦୋକାନ, କାର୍ୟ୍ୟାଳୟ ଓ ଯାନବାହନ ଆଦି ବିଭିନ୍ନ ସ୍ଥାନରେ ତାଲାର ବ୍ୟବହାର କରାଯାଏ । ଆପଣ ଜାଣନ୍ତି କି, କେଉଁ ତାଲା ବ୍ୟବହାର କରିବା ଘର ପାଇଁ ଶୁଭ ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ତମ୍ବା ତାଲା ଘରେ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ । ଏହା ସହ ଘରର ପୂର୍ବ ଦିଗରେ ତାଲା ଲଗାଇବା ଉଚିତ୍ । କିଛି ଲୋକଙ୍କ ଘରର ମୁଖ୍ୟ ଦ୍ବାର ଉତ୍ତର ଦିଗରେ ରହିଥାଏ । ଏଥିପାଇଁ ସୁନେଲୀ ରଙ୍ଗର ତାଲା ଅର୍ଥାତ୍ ପିତଳ ତାଲା ବ୍ୟବହାର କରିବା ଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁଯାୟୀ ତାଲା ବ୍ୟବହାର କରିବା ଦ୍ବାରା ଘ​‌ରର ସୁରକ୍ଷା ସୁଦୃଢ ହେବା ସହ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ।
କାରଖାନାରେ ଲୁହା ତାଲା ବ୍ୟବହାର କରିବା ଉଚିତ୍ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ସହ କାରଖାନାର ତାଲା ପଶ୍ଚିମ ଦିଗରେ ରହିବା ଆବଶ୍ୟକ । ଲୁହା ଶନିଗ୍ରହ ସହ ସମ୍ବନ୍ଧ ହୋଇ ଥିବାରୁ ଲୁହା ଜିନିଷ ବ୍ୟବହାର କରିବା ଦ୍ବାରା ଶନି ସ୍ଥିତି ସୁଦୃଢ ରହିଥାଏ । ଜ୍ୟୋତିଷ ଅନୁଯାୟୀ ଶନି କୃପାରୁ ବ୍ୟବସାୟରେ ଲାଭ ମିଳିଥାଏ ଏବଂ ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ ରହିଥାଏ ।

ତାଲା ସହ ଚାବିକୁ ନେଇ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ୍ । ପ୍ରାୟତଃ ପିତଳ ତାଲା ଓ ପିତଳ ଚାବି ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ । ପିତଳ ତାଲାର ରଙ୍ଗ ହଳଦିଆ ବା ସୁନେଲୀ । ଏହି ରଙ୍ଗ ଗୁରୁ ଗ୍ରହ ଅର୍ଥାତ୍ ବୃହସ୍ପତି ସହ ତୁଳନା କରାଯାଏ । ବୃହସ୍ପତି ଗ୍ରହ ଖୁସିର କାରକ ବୋଲି କୁହାଯାଏ । ତେଣୁ ପିତଳ ତାଲା ବ୍ୟବହାର କରିବା ଦ୍ବାରା ଘରେ ସର୍ବଦା ଖୁସି ରହିଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories