www.samajalive.in
Sunday, December 7, 2025
13.1 C
Bhubaneswar

ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ମୃତ ; ୨ ଗୁରୁତର

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବନଖଣ୍ତ(କେନ୍ଦୁପତ୍ର)ବିଭାଗ ଲୁହାପଙ୍କ ଗାଡୁମୁଣ୍ତା ଠାରେ ଶନିବାର ବିଳମ୍ବିତ ରାତିରେ ଥିବା କେନ୍ଦୁପତ୍ର ଫଡିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ବନ୍ଧେଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକ ଜଣକ ହେଲେ ଅନୁଗୁଳ ଜିଲା କିଶୋରନଗର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ନାଏକ (୪୭) ଏବଂ ଗୁରୁତର ଆହତ ଦ୍ବୟ ମଧ୍ୟ ଏହି ଥାନା ତାଳପଦର ଗ୍ରାମର ପବିତ୍ର ଦେହୁରୀ (୫୯) ଓ ବାଦିବାହାଳ ଗ୍ରାମର ବିନାୟକ ଦେହୁରୀ (୪୫) ବୋଲି ଜଣାପଡିଛି।
ଘଟଣାରୁ ଜଣାପଡିଛି  ଗତ ପ୍ରାୟ ଏକ ସପ୍ତାହ ହେବ ଅନୁଗୁଳ ଜିଲା କିଶୋନନଗର ଥାନା ଅଂଚଳର ବିଭିନ୍ନ ଗ୍ରାମରୁ ଏକ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ଦଳ ରେଡ଼ାଖୋଲ ବନଖଣ୍ତ (କେନ୍ଦୁପତ୍ର) ବିଭାଗର ବିଭିନ୍ନ ଫଡିରେ ବନ୍ଧେଇ କାର୍ଯ୍ୟ କରିଆସୁଛନ୍ତି। ଗତ ୧୨ତାରିଖରୁ ଏହି ଶ୍ରମିକ ଦଳ ଲୁହାପଙ୍କ ଗାଡୁମୁଣ୍ତା ଫଡିରେ କେନ୍ଦୁପତ୍ର ବାନ୍ଧୁଥିଲେ। ତେବେ ଶନିବାର ରାତିରେ ସବୁଦିନ ଭଳି ଖାଇପିଇ ସାରି ଫଡିଘରେ ଶୋଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଦନ୍ତାହାତୀ ଆସି ଆକ୍ରମଣ କରିଥିଲା। ଦନ୍ତା ହାତୀଟି ପ୍ରଥମେ ବିମ୍ବାଧରଙ୍କୁ ଶୁଣ୍ଢରେ ଟାଣି ଆଣି ପାଦରେ ଦଳି ଦେଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।  ଦନ୍ତା ହାତୀର ଦୌରାତ୍ମ ଦେଖି ପ୍ରାଣ ବିକଳରେ ଅନ୍ୟ ଶ୍ରମିକ ମାନେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପବିତ୍ର ଓ ବିନାୟକଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା। ହାତୀ ଆକ୍ରମଣର ଘଟଣାର ଖବର ପାଇ ରେଡ଼ାଖୋଲ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତ ବିମ୍ବାଧରଙ୍କ ଶବ ଜବତ କରିବା ସହ ଆହତ ଦ୍ବୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ରେଡ଼ାଖୋଲ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ।ହେଲେ ଉଭୟ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନ୍ତରିତ କରାଯାଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ,  ଏହି ଦନ୍ତା ହାତୀ ଗତ ମେ ମାସ ୬ ତାରିଖରେ ରେଡ଼ାଖୋଲ ରେଂଜ କୁସୁମଖୋଳ ଗ୍ରାମ ନିକଟରେ ଜଣେ ଚାଷୀଙ୍କୁ ଏହି ଦନ୍ତା ପାଦରେ ଦଳି ମାରିଦେଇଥିବା ବେଳେ ପୁଣି ୩୦ ତାରିଖରେ ରେଡ଼ାଖୋଲ ଥାନା ଘୁଷୁରାମାଳ ପଞ୍ଚାୟତ ବଡମାଳ ରାଣିବଣିଆସାହିର ଭାର୍ଜିଲ ଲାକ୍ରା(୪୬)ନାମକ ଜଣେ ଗ୍ରାମନିକଟସ୍ଥ ଜଙ୍ଗଲରେ କନ୍ଦା ଖୋଳୁଥିବା ବେଳେ ଦନ୍ତା ହାତୀ ନିର୍ମମ ଭାବେ ଶରୀରକୁ ଖଣ୍ତବିଖଣ୍ତ କରି ମାରିଦେଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ଦନ୍ତାହାତୀ ବନଖଣ୍ତର ବିଭିନ୍ନ ଅଂଚଳରେ ଗୋଟେ ପରେ ଗୋଟେ ଜୀବନ ମାରି ଚାଲିଥିବା ବେଳେ ବନ ବିଭାଗ କେବଳ ସହାୟତା ଦେଇ ଚୁପ ହୋଇ ବସି ପଡିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହି ଦନ୍ତାହାତୀକୁ ଅନ୍ୟତ୍ର ଘୋଉଡାଇବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଏନେଇ ଡିଏଫଓ ବନ ବିଭାଗ ପ୍ରଦିପ୍ତ କୁମାର ସାହୁଙ୍କୁ ଯୋଯୋଗ କରିବାରୁ ସରକାରଙ୍କ ପଦତ୍ତ ୪ ଲକ୍ଷ ଟଙ୍କା ସହାୟତା ରାଶିରୁ ୧୦ ପ୍ରତିଶତ ମୃତକଙ୍କ ପରିବାର ବର୍ଗଙ୍କୁ ତତକ୍ଷଣାତ ୪୦ହଜାର ଟଙ୍କା ପ୍ରଦାନ କରାଯିବ ଅବିଶିଷ୍ଟ କାଗଜପତ୍ର ହେବାପରେ ପ୍ରଦାନ କରାଯିବ ବୋଲି କହିଥିଲେ। ସେହିପରି ଡିଏଫଓ କେନ୍ଦୁପତ୍ର ଶୁଭଦତ୍ତ ଚମ୍ପତରାଏଙ୍କୁ ଯୋଯୋଗ କରିବାରୁ ତାଙ୍କ ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories