www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର, ଜୁଆଙ୍ଗ ଘର ଦେଖିପାରିବେ ଦର୍ଶକ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି। ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି। ରବିବାର ଅର୍ଥାତ୍‌ ଜୁନ୍‌ ୨୦ ତାରିଖ ଦିନ ଦର୍ଶକମାନେ ଫେସବୁକ୍‌ ଓ ଟୁଇଟର ପେଜ୍‌ @stscdev, @scstrti ଖୋଲି ଜୁଆଙ୍ଗ ଘର ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।


ଜୁଆଙ୍ଗମାନେ ସାଧାରଣତଃ କେଉଁଝରର ପାର୍ବତ୍ୟ ଉପତ୍ୟକା ଓ ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ସମତଳ ଅଞ୍ଚଳରେ ବାସ କରିଥା’ନ୍ତି। କୃଷି, ପୋଡ଼ୁଚାଷ, ଶିକାର, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ସେମାନଙ୍କର ମୁଖ୍ୟ ଜୀବିକା। ଝରକା ନଥିବା ଏକ ବଖରିଆ ଘରେ ଜୁଆଙ୍ଗମାନେ ବସବାସ କରନ୍ତି। ଏହି ଘର ମଧ୍ୟରେ କାଠର ଚଉତରା ଥାଏ। ସେଥିରେ ଶସ୍ୟ ସଂରକ୍ଷିତ ରଖାଯାଏ। କବାଟ ପାଖରେ ଏକ ମୋର୍‌ଟାର ବା ହେମଦସ୍ତା ଆକୃତିର ପଥର ରଖାଯାଇଥାଏ। ଜୁଆଙ୍ଗ ଘର ଭିତରେ ଏକ ଚୁଲା ଥାଏ। ଜୁଆଙ୍ଗମାନଙ୍କ ଡର୍‌ମିଟୋରି ବା ସୁପ୍ରଶସ୍ତ ବୈଠକ ଗୃହକୁ ‘ମଣ୍ଡଘର’ କୁହାଯାଏ। ଅବିବାହିତ ଯୁବକମାନେ ‘ମଣ୍ଡଘର’ ମଧ୍ୟରେ ରାତ୍ରିଯାପନ କରିଥାନ୍ତି। ଦିନବେଳା ଏହି ‘ମଣ୍ଡଘର’ରେ ଗ୍ରାମର ସଭା ଅନୁଷ୍ଠିତ ହୋଇଥାଏ। ବର୍ଷସାରା ଏଠାରେ ଏକ କୋଣରେ ନିଆଁ ଜଳାଇ ରଖାଯାଇଥାଏ। ‘ମଣ୍ଡଘର’ ମଧ୍ୟରେ ଶସ୍ୟର ବିହନ କାଠରେ ତିଆରି ଏକ ଭାଡ଼ି ଉପରେ ରଖାଯାଇଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories