www.samajalive.in
Wednesday, December 10, 2025
18.1 C
Bhubaneswar

ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

ଜବଲପୁର: ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା। ଏହା ବିଶ୍ୱରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ଆମ୍ବ। ତେବେ ମୁଖ୍ୟ କଥା ହେଉଛି ଭାରତରେ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏହିଭଳି ଦୁଇଟି ଆମ୍ବଗଛ ରହିଛି। ଉକ୍ତ ବ୍ୟକ୍ତିଜଣକ ନିଜେ ମଧ୍ୟ ସେହି ଆମ୍ବର ଗୁରୁତ୍ୱ ସମ୍ପର୍କରେ ଜାଣିନଥିଲେ। ପରେ ଯେତେବେଳେ ସେହି ଆମ୍ବ ସୁନା, ହୀରା ଠାରୁ ମୂଲ୍ୟବାନ ବୋଲି ଜାଣିଲେ, ଉକ୍ତ ବ୍ୟକ୍ତିଜଣକ ଦୁଇଜଣ ଜଗୁଆଳି ଏବଂ ଦୁଇଟି କୁକୁରକୁ ଉକ୍ତ ଗଛର ସୁରକ୍ଷା ପାଇଁ ନିୟୋଜିତ କରିଛନ୍ତି।
ମଧ୍ୟପ୍ରଦେଶର ଜବଲପୁର ବାସିନ୍ଦା ଏକ ଦମ୍ପତି ଏହି ଆମ୍ବଗଛ ଲଗାଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ନିଜ ବାଡି ବଗିଚାରେ ବିଭିନ୍ନ କିସମର ଗଛ ଲଗାଇବାକୁ ଭଲ ପାଆନ୍ତି। ବିଶେଷକରି ତାଙ୍କ ବଗିଚାରେ ସେ ବିଭିନ୍ନ ଫଳ ଗଛ ଲଗାଇଛନ୍ତି। ବଗିଚାପ୍ରେମୀ ମହିଳା ରାଣୀ ଏବଂ ତାଙ୍କ ସ୍ୱାମୀ ସଂକଳ୍ପ ପରିହାର କିଛିବର୍ଷ ତଳେ ଟ୍ରେନରେ ଚେନ୍ନଇ ଯାଉଥିବା ସମୟରେ ଟ୍ରେନ ଭିତରେ ଜଣେ ବ୍ୟକ୍ତିଙ୍କ ସହିତ ସେମାନଙ୍କର ଦେଖା ହୋଇଥିଲା। ରାଣୀଙ୍କର ଉଦ୍ୟାନ ଏବଂ ବିଶେଷକରି ଫଳଗଛ ପ୍ରତି ଚୁଚିକୁ ଦେଖି ଉକ୍ତ ବ୍ୟକ୍ତିଜଣକ ଏହି ଦମ୍ପତିଙ୍କୁ ଦୁଇଟି ଆମ୍ବଗଛ ଉପହାର ଦେଇଥିଲେ। ରାଣୀ ଓ ତାଙ୍କ ସ୍ୱାମୀ ସଂକଳ୍ପ ଭାବିଥିଲେ, ଏହା ଭାରତରେ ମିଳୁଥିବା କିଛି ନାମୀ କିସମର ଆମ୍ଭ ହୋଇଥାଇପାରେ। ତେଣୁ ଗଛକୁ ସେମିତି କିଛି ଗୁରୁତ୍ୱ ନଦେଇ ସେମାନେ ଆଣି ବଗିଚାରେ ଲଗାଇଲେ। ଦୁଇ ଗଛ ବିଶେଷ ବଡ ହୋଇନାହିଁ। ସେଥିରେ ଆମ୍ବ ଫଳିବା ଆରମ୍ଭ ହେବାପରେ ସଂକଳ୍ପ ତାହା କେଉଁ କିସମର ଆମ୍ବ ବୋଲି ପ୍ରଥମେ ଜାଣିନପାରି ତାହାର ନାମ ‘ଦାମିନି’ ରଖିଲେ। ପରେ ଏ ସର୍ମ୍ପକରେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କଲେ। ଶେଷରେ ସେ ଜାଣିବାକୁ ପାଇଲେ ଯେ ଏହା ପୃଥିବୀରେ ଦେଖାଯାଉଥିବା ବିରଳ ପ୍ରଜାତିର ଆମ୍ବ ଏବଂ ଏହା ମୁଖ୍ୟତଃ ଜାପାନରେ ଚାଷ କରାଯାଏ। ଜାପାନରେ ଉକ୍ତ ପ୍ରଜାତି ଆମ୍ବର ନାମ ହେଉଛି ‘ମିୟାଜାକି’। ତେବେ ସଂକଳ୍ପ ଯେହେତୁ ତାହାର ନାମ ପୂର୍ବରୁ ‘ଦାମିନି’ ରଖିଥିଲେ, ସେ ଉକ୍ତ ନାମକୁ ଅପରିବର୍ତ୍ତିତ ରଖିଲେ। ଏହାପରେ ତାଙ୍କ ପାଇଁ ସମସ୍ୟା ଆରମ୍ଭ ହୋଇଗଲା। ସ୍ଥାନୀୟ ଜନସାଧାରଣ ଏହି ଆମ୍ବ ସଂପର୍କରେ ଜାଣିବା ପରେ ଚୋରଙ୍କ ଉପଦ୍ରବ ଆରମ୍ଭ ହୋଇଗଲା। ଗତବର୍ଷ କିଛି ଚୋର ତାଙ୍କ ପାଚେରୀ ଭାଙ୍ଗି କିଛି ଆମ୍ବ ଚୋରି କରିନେଲେ। ଚଳିତ ବର୍ଷ ସେଥିରେ ମୋଟ ୭ଟି ଆମ୍ବ ଫଳିଛି। ଉକ୍ତ ଆମ୍ବ ସହିତ ଆମ୍ବଗଛର ସୁରକ୍ଷା ପାଇଁ ସେମାନେ ଚାରିଜଣ ଜଗୁଆଳି ଓ ୬ଟି କୁକୁରକୁ ନିୟୋଜିତ କରିଛନ୍ତି।
ରାଣୀ କହିଛନ୍ତି ଯେ ଗତବର୍ଷ ଏହି କିସମର ଆର୍ନ୍ତଜାତିକ ବଜାରରେ ମୂଲ୍ୟ କିଲୋ ପିଛା ୨ ଲକ୍ଷ ୭୦ ହଜାର ଟଙ୍କା ଥିଲା। ଚଳିତ ବର୍ଷ ସେମାନଙ୍କ ନିକଟକୁ ଦେଶ ଭିତରୁ ଅନେକ ବ୍ୟକ୍ତିବିଶେଷ ଓ ଫଳଚାଷୀ ଟେଲିଫୋନ କରି ଉକ୍ତ ଆମ୍ବ ସମ୍ପର୍କରେ ଜାଣିବାକୁ ଚାହୁଛନ୍ତି। ଏପରିକି ମୁମ୍ବଇର ଜଣେ ଅଳଙ୍କାର ବ୍ୟବସାୟୀ ୨୧ହଜାର ଟଙ୍କା ବଦଳରେ ତାଙ୍କୁ ଗୋଟିଏ ଆମ୍ବ ଦେବାକୁ ଅନୁରୋଧ ମଧ୍ୟ ଜଣାଇଛନ୍ତି। କିନ୍ତୁ ଏହି ଦମ୍ପତି ଉକ୍ତ ଆମ୍ବ କାହାକୁ ବିକ୍ରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ମଧ୍ୟପ୍ରଦେଶ ଉଦ୍ୟାନକୃଷି ବିଭାଗର ଏକ ଦଳ ତାଙ୍କ ବଗିଚାକୁ ଯାଇ ଅନୁଧ୍ୟାନ କରିବା ପରେ ଏହି କିସମର ଆମ୍ବ ଭାରତରେ ବିରଳ ବୋଲି ଦର୍ଶାଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories