www.samajalive.in
Wednesday, December 10, 2025
16.1 C
Bhubaneswar

ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୩% ହୋଇଛି। ଏପ୍ରିଲରେ ତାହା ୪.୨୩% ରହିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ଭାରତର ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ୨ରୁ ୬% ମଧ୍ୟରେ ଓ ସୀମିତ ରଖିବା ନେଇ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ମଇ ମାସରେ ଧାର୍ଯ୍ୟ ଲକ୍ଷ୍ୟକୁ ଟପିଯାଇଛି। ବିଶେଷକରି ଦେଶରେ ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି କାରଣରୁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଥିବା ଜଣାଯାଇଛି। ପାଞ୍ଚମାସ ମଧ୍ୟରେ ପ୍ରଥମ ଥର ପାଇଁ ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ସୀମା ଅତିକ୍ରମ କରିଛି ଏବଂ ଏହା ଆରବିଆଇ ଉପରେ ଅଧିକ ଚାପ ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ ଏପର୍ଯ୍ୟନ୍ତ କୋହଳ ଆର୍ଥିକ ନୀତି ଆଭିମୁଖ୍ୟ ପୋଷଣ କରିଆସିଥିବାବେଳେ ତାଜା ମୁଦ୍ରାସ୍ଫୀତି ତଥ୍ୟ ଆରବିଆଇକୁ ତାହାର ନୀତିର ପୁନଃ ସମୀକ୍ଷା କରିବାକୁ ଏକପ୍ରକାର ବାଧ୍ୟ କରିଛି। ଅନ୍ୟପକ୍ଷରେ ପ୍ରକାଶିତ ତଥ୍ୟରେ ମଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୯୪%କୁ ବୃଦ୍ଧିପାଇଥିବା ଜଣାଯାଇଛି। କ୍ରମାଗତ ୫ ମାସ ହେଲା ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିପାଇବାରେ ଲାଗିଛି। ବିଭିନ୍ନ ପଣ୍ୟଦ୍ରବ୍ୟ ମୂଲ୍ୟ ସହିତ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ପାଉଥିବାରୁ ପାଇକାରୀ ମୁଦ୍ରାସ୍ଫୀତିରେ ପୁନଃ ବୃଦ୍ଧି ଘଟିବା ଆଶା କରାଯାଉଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବାବେଳେ ଉତ୍ପାଦନକାରୀମାନେ ସମସ୍ତ ବର୍ଦ୍ଧିତ ଖର୍ଚ୍ଚ ବୋଝ ଖାଉଟିଙ୍କ ଉପରେ ଲଦିଦେବା ଯଥାର୍ଥ ମନେକରୁନାହାନ୍ତି। କାରଣ କୋଭିଡ-୧୯ର ଅପ୍ରତ୍ୟାଶିତ ଲହର ଯୋଗୁଁ ଉପଭୋକ୍ତା ଚାହିଦା ସ୍ଥିତି ସାଂଘାତିକ ଭାବରେ ପ୍ରଭାବିତ ହୋଇଛି। ଆରବିଆଇ ତାହାର ଆର୍ଥିକ ନୀତିର ପୁନଃ ସମୀକ୍ଷା ନକଲେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଶେଷରେ ଖୁଚୁରା ମୂଲ୍ୟବୃଦ୍ଧିକୁ ଅଧିକ ଚିନ୍ତାଜନକ କରିବ ବୋଲି ସତର୍କ କରାଇ କହିଛନ୍ତି ଆର୍ଥିକ ବିଶ୍ଳେଷକଗଣ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories