www.samajalive.in
Saturday, December 6, 2025
26.1 C
Bhubaneswar

କଳାହାଣ୍ଡି ଜିଲା ପ୍ରଶାସନ ନିର୍ମାଣ କଲା ଆବାସ ନଗର, ସାକାର ହେଲା ପାହାଡ଼ ଉପର ବାସିନ୍ଦାଙ୍କ ସ୍ୱପ୍ନ

ଲାଞ୍ଜିଗଡ଼: ଦୀର୍ଘ ବର୍ଷ ହେଲା ପାହାଡ ଉପରେ ଦୁର୍ବିସହର ଜୀବନ ଜୀଉଁଥିଲେ ଷୋହଳଟି ଆଦିବାସୀ ପରିବାର। ମାଟି କୁଡିଆରେ ରହିବା ସହିତ ନାନାଦି ସମସ୍ୟାରେ ଘାଣ୍ଟି ହେଉଥିଲେ। ପାହାଡ଼ ଉପରୁ ତଳକୁ ଓହ୍ଲାଇଲେ ହିଁ ଯାହା ସେମାନେ ଦୁନିଆ ଦେଖୁଥିଲେ। ପାଣି, ବିଦ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଥିଲେ ସେମାନେ। ସେମାନଙ୍କୁ ପାହାଡ ତଳକୁ ଓହ୍ଲାଇ ଆଣି ସାମଗ୍ରିକ ବିକାଶ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଗତ ଚାରିବର୍ଷ ତଳେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ତାହା ସଫଳ ରୂପ ନେବାକୁ ଚାରିବର୍ଷ ସମୟ ଲାଗିଗଲା। ଏବେ ଷୋହଳଟି ଆଦିବାସୀ ପରିବାର ପାଇଁ କେବଳ ପକ୍କା ଘର ନୁହେଁ, ତାହା ସହିତ ଶୌଚାଳୟ, ପିଇବା ପାଣି, ସବୁଦିନିଆ ରାସ୍ତା ଭଳି ମୌଳିକ ସୁବିଧା ମିଳିପାରିଛି। ଏହା ହେଉଛି ରାଜ୍ୟର ବହୁ ଚର୍ଚ୍ଚିତ ଆବାସ ନଗର ନିର୍ମାଣର କାହାଣୀ।
କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ଗ୍ରାମପଞ୍ଚାୟତର ପାହାଡ ଉପରେ ଥିବା ଗାଁର ନାଁ ବାରଗୁଡା। ଆଉ ଏହି ବାରଗୁଡାରେ ରହୁଥିଲେ ଷୋହଳଟି ଆଦିବାସୀସ ପରିବାର। ସବୁ ପ୍ରକାର ମୌଳିକ ସୁବିଧା ଓ ସରକାରୀ ସୁବିଧାରୁ ବଞ୍ଚିତ ଏହି ବାରଗୁଡା ଗ୍ରାମବାସୀଙ୍କ ବିକାଶର ସ୍ୱପ୍ନକୁ ପୂରଣ କରିଛି ଲାଞ୍ଜିଗଡ ବ୍ଲକ ପ୍ରଶାସନ। ଲାଞ୍ଜିଗଡ ବିଡିଓ ଭାବେ କାର୍ଯ୍ୟରତ ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରଚେଷ୍ଟା ବଳରେ ବାରଗୁଡା ଗ୍ରାମବାସୀ ପାହାଡ ତଳକୁ ଓହ୍ଲାଇ ନିକଟସ୍ଥ ଦିଆଲବାହାଲିଠାରେ ସେମାନଙ୍କୁ ଥଇଥାନ କରିବାର ପଥ ପରିଷ୍କାରସ ହୋଇପାରିଛି। ଆଦିବାସୀ ବହୁଳ ଲାଞ୍ଜିଗଡର ବିକାଶର କାହାଣୀ ବଖାଣିବାକୁ ମୁଣ୍ଡ ଟେକି ଠିଆ ହୋଇଛି ଆବାସ ନଗର। ନଗରର ପରିକଳ୍ପନା ଦୁର୍ଗମ ଅଞ୍ଚଳରେ କାଠିକର ପାଠ ଭଳି ଲାଗୁଥିଲେ ହେଁ ଲାଞ୍ଜିଗଡ ବିଡିଓ ଶ୍ରୀ ମିଶ୍ରଙ୍କ ଉଦ୍ୟମ ଫଳବତୀ ହୋଇଛି। ମାତ୍ର ଶହେ ଦିନ ମଧ୍ୟରେ ଏକାଧିକ କନିଷ୍ଠ ଯନ୍ତ୍ରୀ, ଛଅଜଣ ଟେକ୍ନିକାଲ କନସଲଣ୍ଟାଣ୍ଟ, କାନକୁଟ୍ରୁ ସରପଞ୍ଚ, ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକଙ୍କ ସମେତ ଉପଦେଷ୍ଟା ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀଙ୍କ ଯଥୋଚିତ ଉଦ୍ୟମ ଯୋଗୁଁ ଆବାସନଗରର କାର୍ଯ୍ୟକ୍ରମ ଶେଷ ହୋଇଛି।

- Advertisement -

ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି କଳାହାଣ୍ଡି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୁର୍ଗାପ୍ରସାଦ ମହାରଣା, ସହଯୋଗୀ ନିର୍ଦେଶକ ଅମୂଲ୍ୟ ବେହେରା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ, ବିଡିଓ ଶ୍ରୀ ମିଶ୍ର, କାନକୁଟ୍ରୁ ସରପଞ୍ଚ ସରସ୍ୱତୀ ମାଝୀ, ନିର୍ବାହୀ ଅଧିକାରୀ ଈଶ୍ୱର ସାହୁଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଗହଣରେ ଆବାସ ନଗର ଉଦ୍ଘାଟିତ ହୋଇଥିଲା। ସୂଚନାଯୋଗ୍ୟ, ପ୍ରଶାସନ ପାଇଁ ଆବାସ ନଗର ପାଇଁ ଏକ ଅନନ୍ୟ ସଫଳତା ହୋଇଥିବାବେଳେ ଏହା ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତି ଚାଲିଛି। ଯାହା ସମଗ୍ର ଦେଶ ପାଇଁ ଆବାସନଗର ନିର୍ମାଣ ଓ ସଫଳତାର କାହାଣୀ ବଖାଣିବ ବୋଲି କୁହାଯାଉଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories