www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ

ନୂଆଦିଲ୍ଲୀ: ଏଠାରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ଦିନ ଘଟିଥିବା ବିସ୍ଫୋରଣ ଘଟଣାରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସିସିଟିଭି ଭିଡିଓ ଚିତ୍ର ପ୍ରକାଶ କରିଛି। ଏଥିରେ ଦେଖିବାକୁ ମିଳିଥିବା ଦୁଇଜଣ ବ୍ୟକ୍ତି ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ଖଞ୍ଜିଥିବା ସନ୍ଦେହ କରାଯାଉଛି। ରାଷ୍ଟ୍ରପତି ଭବନରେ ଧ୍ୱଜା ଅବତରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ବିସ୍ଫୋରଣ ରାଜଧାନୀ କେନ୍ଦ୍ରସ୍ଥଳକୁ ଥରାଇ ଦେଇଥିଲା। ସନ୍ଦିଗ୍ଧ ଦୁଇଜଣଙ୍କର ଚିତ୍ର ଓ ଭିଡିଓ ଜାରି କରିବା ଅବସରରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏନଆଇଏ କହିଛି ଯେ ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଉକ୍ତ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଛି। ଅବଶ୍ୟ ଉକ୍ତ ବିସ୍ଫୋରଣର ତୀବ୍ରତା ଅଧିକ ନଥିଲା ଏବଂ ସେଥିରେ କେହି ମୃତାହତ ହୋଇନଥିଲେ। ସଂଧ୍ୟା ପ୍ରାୟ ୫.୫ରେ ଡଃ ଏ ପି ଜେ ଅବଦୁଲ କଲାମ ରାସ୍ତାର ଜିନ୍ଦଲ ହାଉସ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ତାହାଛଡା ସେହିଦିନ ଅର୍ଥାତ ଜାନୁଆରୀ ୨୯ରେ ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ବର୍ଷ ପୂର୍ତ୍ତି ଥିଲା। ଏହି ଘଟଣା ପଛରେ ଇରାନ ନାଗରିକଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories