www.samajalive.in
Saturday, December 13, 2025
21.1 C
Bhubaneswar

ନବରଙ୍ଗପୁରରେ ଫାର୍ମାସିଷ୍ଟଙ୍କର କଳାବ୍ୟାଚ୍‍ ଧାରଣ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟ ଚିକିତ୍ସାଳୟ ଓ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ୫୪ ଜଣ ନିୟମିତ ଫାର୍ମାସିଷ୍ଟ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି। ତେବେ ସେମାନେ ଚିକିତ୍ସା କାର୍ଯ୍ୟରେ କୈାଣସି ଅବହେଳା କରୁନଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କର ଫାର୍ମାସିଷ୍ଟମାନଙ୍କ ପ୍ରତି ଗତ ୨୦୧୦ ମସିହାରୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶନାମା ସତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟନକରିବା, ୨୦୧୩ ମସିହାର ବିକୃତ କ୍ୟାଡର ନୀତିକୁ ପରିବର୍ତ୍ତନ କରି ନୂତନ ଭାବେ କ୍ୟାଡର ପୁନର୍ଗଠନ କରିବା, ୩୦ବର୍ଷରୁ ଉର୍ଦ୍ଧ ଚାକିରୀ କରିଥିବା ଫାର୍ମାସିଷ୍ଟ ପଦୋନ୍ନତୀ ନ ଦେବା, ବର୍ଷବର୍ଷ ଧରି ବିଭନ୍ନ ସରକାରୀ ସଂସ୍ଥା ଯଥା ଏମ୍‍ଏଚୟୁ, ଏନ୍‍ଏଚଏମ ଓ ଆରିବିଏସକେଗୁଡିକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରି ଆସୁଥିବା ଫାର୍ମାସିଷ୍ଟମାନଙ୍କୁ ନିୟମିତ ନ କରିବା ଇଦ୍ୟାଦି ପ୍ରତିବାଦରେ ରାଜ୍ୟ ଫାର୍ମାସିଷ୍ଟ ସଂଘର ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲାର କାର୍ଯ୍ୟରତ ସମସ୍ତ ଫାର୍ମସିଷ୍ଟ ପ୍ରତି ୧୦ ତାରିଖଠାରୁ କଳାବ୍ୟାଚ ପରିଧାନ କରିଛନ୍ତି। ଶୃଙ୍ଖଳିତ ଭାବେ ରାଜ୍ୟ ସରକାରଙ୍କର ଫାର୍ମାସିଷ୍ଟ ମାନଙ୍କର ପ୍ରତି ଅନ୍ୟାୟନୀତିର ପ୍ରତିବାଦ କରି ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ୨୦ ତାରିଖ ସୁଦ୍ଧା କୈାଣସି ପଦକ୍ଷେପ ନନେଲେ ରାଜ୍ୟ ସଂଘର ସହମତିରେ ୨୦ ତାରିଖ ପରେ ଜିଲାସଂଘର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ରଥ ଓ ଜିଲା ସଭାପତି ସୁବିର କୁମାର ସାହୁ ଏକ ପ୍ରେସ ବିଞପ୍ତିରେ ଜଣାଇଛନ୍ତି। ଏସଂପର୍କୀତ ଆଜିର ଏହି ବୈଠକରେ ସଂଘର କର୍ମକର୍ତ୍ତା ରୋହିତ କୁମାର ବିଷୋୟୀ , ସୁରେନ୍ଦ୍ର କୁମାର ମହାପାତ୍ର, ଅମିତାଭ ବାରିକ, ରମାରମଣ ପଣ୍ଡା, ଲିଟୁ ପ୍ରଭା ରାଉତ, ପଦୀପ୍ତା ସଗରିଆ ଓ ଶକ୍ତିମୟୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories