www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଭୂତାଣୁକୁ ନଷ୍ଟ କରିଦେବ ଏହି ତୁଣ୍ଡି

ପୁଣେ : କରୋନା ମହାମାରୀର ୨ୟ ତରଙ୍ଗ ସାରା ଦେଶରେ ଜାରି ରଖିଛି। ଦୀର୍ଘ ୨ ମାସ ପୂର୍ବରୁ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏଥିରେ ହ୍ରାସ ପାଉଛି। କିଛି ଦିନ ମଧ୍ୟରେ ଦୈନିକ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଛି।
ଏଭଳି ପରିସ୍ଥିତରେ ଏବେ ଏକ ଭଲ ଖବର ଆସିଛି। ଏବେ ଏପରି ଏକ ତୁଣ୍ଡି ( ମାସ୍କ) ପ୍ରସ୍ତୁତ ହୋଇଛି ଯାହା କରୋନା ଭୂତାଣୁକୁ ନଷ୍ଟ କରି ଦେବ। ତୁଣ୍ଡି ସଂସ୍ପର୍ଶରେ ଆସିବା ମାତ୍ରେ ଏହି ପ୍ରାଣଘାତୀ ଭୂତାଣୁ ନଷ୍ଟ ହୋଇ ଯିବ। ଉକ୍ତ ତୁଣ୍ଡି ପ୍ରସ୍ତୁତକାରୀ କମ୍ପାନୀ ଥିଙ୍କର ଟେକ୍ନୋଲୋଜି ଅଫ ଇଣ୍ଡିଆ ପକ୍ଷରୁ ଏନେଇ ଦାବି କରାଯାଇଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ଜଣାପଡିଛି। ଭୂତାଣୁ କବଳରୁ ବର୍ତ୍ତିବା ପାଇଁ ଏହି ସ୍ୱତନ୍ତ୍ର ଧରଣର ତୁଣ୍ଡି ପ୍ରସ୍ତୁତ କରାଯାଇଛି। ୩-ଡି ପ୍ରିଣ୍ଟିଂ ଓ ଅନ୍ୟ କିଛି ସ୍ୱତନ୍ତ୍ର ଔଷଧର ମିଶ୍ରଣର ଏହାକୁ ପ୍ରସ୍ତୁତ କରାଯାଇଛି। ଉକ୍ତ ତୁଣ୍ଡି ଆଣ୍ଟି ଭାଇରସ ଏଜେଣ୍ଟ ଦ୍ୱାରା କୋଟିଂ କରାଯାଇଛି। ଏହି କୋଟିଂର ପରୀକ୍ଷଣ ମଧ୍ୟ କରାଯାଇଛି। ଯେଉଁଥିରେ SARS-CoV-2କୁ ନିଷ୍କ୍ରିୟ କରୁଥିବା ଦେଖିବାକୁ ମିଳିଥିଲା ବୋଲି ଜଣାପଡିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories