www.samajalive.in
Monday, December 8, 2025
14.1 C
Bhubaneswar

ପ୍ରାକ୍ତନ ଜିଲାପାଳଙ୍କ ଘରେ ବ୍ରହ୍ମପୁର ନାବାଳିକା

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‍ସି ଭିଲେଜ ଅଞ୍ଚଳରେ ରହୁଥିବା ଜଣେ ପ୍ରାକ୍ତନ ଜିଲାପାଳଙ୍କ ବାସଭବନରୁ ଚାଇଲ୍‍ଡ ଲାଇନ୍‍ ସଦସ୍ୟ ଜଣେ ୧୨ ବର୍ଷର ବାଳିକାଙ୍କୁ ସୋମବାର ଉଦ୍ଧାର କରିଛି। ନାବାଳିକାଙ୍କୁ ବିଶ୍ୱ ଜୀବନ ସେବା ସଂଘ ନାମକ ଏକ ସେବାଗୃହରେ ରଖାଯାଇଛି। ଚାଇଲ୍‍ଡ ଲାଇନ୍‍ ପକ୍ଷରୁ ନୂଆପଲ୍ଲୀ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରାଯାଇଛି। ୨୦୨୦ ନଭେମ୍ବର ମାସରୁ ନାବାଳିକାଙ୍କୁ ଘରୋଇ ସହାୟକ ଭାବେ ଆଣି ପ୍ରାକ୍ତନ ଜିଲାପାଳଙ୍କ ଘରେ ରଖାଯାଇଛି। ନାବାଳିକାଙ୍କ ଘର ବ୍ରହ୍ମପୁରରେ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନାବାଳିକାଙ୍କୁ ଆଣି ଏଠାରେ ଘରୋଇ ସହାୟିକା ଭାବେ ନିୟୋଜିତ କରାଯାଇଥିଲା।

ଅଭିଯୋଗ ଅନୁସାରେ ପ୍ରାକ୍ତନ ଜିଲାପାଳ ଦିନାନାଥ ପଣ୍ଡାଙ୍କ ପୁତ୍ର ହାଇଦରାବାଦସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ତାଙ୍କ ବୋହୂ ଆଇଆର୍‍ସି ଭିଲେଜରେ ଏକ ଛୋଟ ପିଲାଙ୍କ ବିଦ୍ୟାଳୟ କରିଛନ୍ତି। ଉଦ୍ଧାର ନାବାଳିକା ୫ମ ଶ୍ରେଣୀରେ ପଢୁଥିଲା। କରୋନା ସଂକ୍ରମଣ ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବାରୁ ପ୍ରାକ୍ତନ ଜିଲାପାଳ ନାବାଳିକାଙ୍କୁ ପାଠ ପଢ଼ାଇବା ଲାଗି ଏଠାକୁ ଆଣିଥିବା ପୁଲିସକୁ ପ୍ରାଥମିକ ଭାବେ ପଚରା ଉଚରା ବେଳେ କହିଛନ୍ତି। ତଥାପି ପରିବାର ଲୋକଙ୍କୁ ପରେ ଏ ସମ୍ପର୍କରେ ପଚରାଉଚରା କରାଯିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି। ନାବାଳିକାଙ୍କ ବାପା ଜଣେ ରିକ୍ସା ଚାଳକ। ମା’ ଅନ୍ୟମାନଙ୍କ ଘରେ କାମ କରନ୍ତି। ପ୍ରାକ୍ତନ ଜିଲାପାଳଙ୍କ ଦୁଇ ନାତୁଣୀ ଅଛନ୍ତି। ତାଙ୍କ ସହିତ ଏହି ନାବାଳିକାଙ୍କୁ ସେ ଏଠାରେ ପାଠ ପଢ଼ାଇବାକୁ ଆଣିଥିବା କହିଛନ୍ତି। ହେଲେ ନାବାଳିକା ଜଣଙ୍କ ସେଠାରେ ଘରର ସମସ୍ତ କାମ କରୁଥିବା ନେଇ ଚାଇଲ୍‍ଡ ଲାଇନ୍‍ର ସଦସ୍ୟାଙ୍କ ଆଗରେ ପ୍ରକାଶ କରିଛନ୍ତି।

- Advertisement -

ଏଭଳି ତଥ୍ୟ ପାଇବା ପରେ ଚାଇଲ୍ଡ ଲାଇନ୍‍ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଉପ ପୁଲିସ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଛି। ନାବାଳିକା ଚାଲାଣ ବୃଦ୍ଧି ପାଉଥିବାରୁ ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁ ବୋଲି ଚାଇଲ୍‍ଡ ଲାଇନ୍‍ର ନିର୍ଦେଶକ ଡ. ବେଣୁଧର ସେନାପତି କହିଛନ୍ତି। ଏହି ମାମଲା ଶିଶୁ କଲ୍ୟାଣ ସମିତି ସାମ୍‍ନାରେ ଉପସ୍ଥାପନ କରାଯିବ। ଶ୍ରୀ ପଣ୍ଡା ଗଞ୍ଜାମର ଜିଲାପାଳ ଥିଲେ। ସେଠାକାର ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ନାବାଳିକାଙ୍କୁ ଘରୋଇ ସହାୟକ ଭାବେ କାମ କରିବାକୁ ଆଣିଥିବା ଅନୁସନ୍ଧାନ ବେଳେ ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories