www.samajalive.in
Monday, December 8, 2025
16.1 C
Bhubaneswar

ରଜର ମୁଖ୍ୟ ଆକର୍ଷଣ – ଭଳିକି ଭଳି ପିଠା

ସୁଜି ପୋଡ଼ପିଠା
ଆବଶ୍ୟକ ସାମଗ୍ରୀ:
ସୁଜି- ୧କି.ଗ୍ରା
ଚାଉଳ-୨୫୦ଗ୍ରାମ୍‍
ନଡ଼ିଆ କୋରା
ଗୁଜୁରାତି- ୩ଟି
କାଜୁ- ୧୦ଟି
କିସମିସ- ୧୦ଟି
ବଟର
ଚିନି- ସ୍ୱାଦ ଅନୁଯାୟୀ
ଲୁଣ- ସ୍ୱାଦ ଅନୁଯାୟୀ
ତେଲ- ୨ଚାମଚ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଚାଉଳକୁ କୁଟି ଚୁନା କରି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପାତ୍ର ବସାଇ ଏଥିରେ ପାଣି ଫୁଟାନ୍ତୁ। ପାଣି ଫୁଟିଲା ପରେ ସେଥିରେ ଚୁନା ହୋଇଥିବା ଚାଉଳ ଓ ସୁଜିକୁ ମିଶାଇ ପକାନ୍ତୁ। ମିଶ୍ରଣକୁ ମଝିରେ ମଝିରେ ଘାଣ୍ଟନ୍ତୁ। ମିଶ୍ରଣଟି ହାଲକା ବହଳିଆ ହୋଇଗଲା ପରେ ସେଥିରେ ବଟର,ଲୁଣ,ଚିନି ପକାଇ ଘାଣ୍ଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ତେଲ ଲଗାଇ ମିଶ୍ରଣକୁ ଢ଼ାଳନ୍ତୁ। ତାଉପରେ ନଡ଼ିଆ କୋରା,କାଜୁ,କିସମିସ୍‍,ଗୁଜୁରାତି ପକାନ୍ତୁ। ଓଭାନ୍‍ରେ କମ୍‍ ତାପମାତ୍ରା ଦେଇ ମିଶ୍ରଣ ରଖି ଦିଅନ୍ତୁ। ମିଶ୍ରଣଟି ବାଦାମୀ ରଙ୍ଗ ହେବା ପରେ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଜି ପୋଡ଼ପିଠା। ଏହାକୁ କାଟି କରି ଖାଆନ୍ତୁ।
ଛେନା ଚକୁଳି
ଆବଶ୍ୟକ ସାମଗ୍ରୀ
ବିରି – ୪କପ
ଚାଉଳ – ୨କପ
ଚିନି – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଗୁଜୁରାତି , ଲବଙ୍ଗ – ଅଳ୍ପ
ବାଦାମ, କାଜୁ, ଛେନା, କିସମିସ – ଅଳ୍ପ
ଛେନା – ୨କପ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିରି ଚାଉଳକୁ ୪ ରୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ବାଟି ଆଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସରେ ଏକ ତାୱା କିମ୍ବା କଡ଼େଇ ବସାଇ ଘିଅ ଲଗାନ୍ତୁ। ଏହାପରେ ପ୍ରସ୍ତୁତ ଆଣରେ କାଜୁ, ବାଦାମ, କିସମିସ, ଲୁଣ, ଚିନି, ଗୁଜୁରାତି, ଲବଙ୍ଗ, ଛେନା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହି ପ୍ରସ୍ତୁତ ମିଶ୍ରଣକୁ ବହଳିଆ ଭାବେ କଡ଼େଇରେ ବସାଇ ଏକ ଘୋଡ଼ଣୀ ଘୋଡ଼ାଇ ୧୫ ମିନିଟ ମଧ୍ୟରେ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଚକୁଳି। ଏହି ଉପାୟରେ ବୁଢା ଚକୁଳି ମଧ୍ୟ ପ୍ରସ୍ତୁତ କରିପାରିବେ।
ବିରି ଚାଉଳ ପୋଡ଼ ପିଠା
ଆବଶ୍ୟକ ସାମଗ୍ରୀ
ବିରି – ୨କପ
ଅରୁଆ ଚାଉଳ – ୧କପ
ଗୁଡ଼ – ୧କପ ରୁ କମ
ନଡ଼ିଆ କୋରା – ୧କପ
ଛେନା – ଆବଶ୍ୟକ ପରିମାଣରେ
ପେଷା ଚିନି – ୧କପରୁ କମ
କାଜୁ, କିସମିସ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଲୁଣ – ସାମାନ୍ୟ
ଅଳେଇଚ, ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିରି ଓ ଚାଉଳକୁ ୪ ରୁ ୫ ଘଣ୍ଟା ବତୁରାଇ ଏହାକୁ ବହଳିଆ ଭାବେ ପେଷି ବାଟଣ ପ୍ରସ୍ତୁତ କରନ୍ତୁ। ବାଟଣକୁ ଭଲ ଭାବେ ଫେଣ୍ଟି ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୁଡ଼କୁ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ନଡ଼ିଆ କୋରା, ଅଳେଇଚ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ବାଟଣରେ ୧ ଚାମଚରୁ ସାମାନ୍ୟ କମ ଲୁଣ ପାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଏଥିରେ ୪ ରୁ ୫ ଚାମଚ ଘିଅ ପକାନ୍ତୁ। ଅଳ୍ପ ଘିଅ କୁକର ଭିତର ଅଂଶରେ ମଧ୍ୟ ଲଗାଇ ଦିଅନ୍ତୁ। ଏବେ କୁକରରେ ବାଟଣର ଗୋଟିଏ ସ୍ତର, ଗୁଡ଼ ନଡ଼ିଆ କୋରା ଭଜାର ଗୋଟିଏ ସ୍ତର, ଏପରି ପୁଣି ବାଟଣ , ଗୁଡ଼ ନଡ଼ିଆ କୋରା ଭଜା, ଛେନା, କାଜୁ କିସମିସ ଏହା ଉପରେ ଦେଇ କୁକରର ସିଟି ବାହାର କରି ଘୋଡ଼ଣୀ ଦେଇ ଗ୍ୟାସରେ ବସାନ୍ତୁ। ପ୍ରଥମେ ୧୦ ମିନିଟ ମଧ୍ୟମ ଆଞ୍ଚଳରେ ଓ ପୁଣି ୨୦ ମିନିଟ କମ ଆଞ୍ଚଳରେ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବିରି ଚାଉଳ ପୋଡ଼ ପିଠା। ସୁଆଦିଆ ବିରି ଚାଉଳ ପୋଡ଼ ପିଠା ଖାଇ ରଜର ମଜା ନିଅନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories