www.samajalive.in
Monday, December 8, 2025
24.1 C
Bhubaneswar

ହିନ୍ଦ୍‍ ସେବକ ସଂଘର ପ୍ରତିଷ୍ଠା ଦିବସ ପାଳିତ

ଚୌଦ୍ୱାର : ଭାରତର ସର୍ବପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍‍ ସେବକ ସଂଘର ୧୧୬ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଶିଶୁ ସଦନରେ ପାଳିତ ହୋଇ ଯାଇଛି। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ମହାନ୍‍ ରାଷ୍ଟ୍ରନାୟକ, ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଗୁରୁ ତଥା ସଂଗଠନର ପ୍ରତିଷ୍ଠାତା ଗୋପାଲକୃଷ୍ଣ ଗୋଖଲେଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁଙ୍କ ସମେତ ଚୌଦ୍ୱାର କେନ୍ଦ୍ରର କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଗୋଖଲେଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶିଶୁ ସଦନର ପିଲା ମାନଙ୍କଦ୍ୱାରା ସମୁହ ବେଦ ଆବୃତ୍ତି, ସର୍ବଧର୍ମ ପ୍ରାଥନା ଓ ଭକ୍ତିି ସଂଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ତରଫରୁ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପ୍ରକାଶଯେ ପ୍ରତିବର୍ଷ ଜୁନ୍‍ ମାସ ୧୨ ତାରିଖରେ ସଂଗଠନର ପ୍ରତିଷ୍ଠା ଦବସ ଏହାର ମୁଖ୍ୟ କାର୍ଯ୍ୟାଳୟ ପୁନା ଠାରେ ପାଳନ କରାଯାଉଥିବାବେଳେ କରୋନା ମହାମାରୀ ଜନୀତ କଟକଣା ପାଇଁ ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ଏହାର ସଦସ୍ୟ ମାନେ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ପରୁ ନଥିବାରୁ ଚଳିତ ବର୍ଷ ଭାରତର ବିଭିନ୍ନ ପ୍ରାନ୍ତରରେ ଥିବା ସଂଗଠନର ଶାଖା ଓ କେନ୍ଦ୍ର ମାନଙ୍କରେ ପୃଥକ୍‍ ଭାବେ ପ୍ରତିଷ୍ଠା ଦିବସ ଉତ୍ସବ ପଳିତ ହୋଇଥିବା ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories