www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ ୧୨.୦୬.୨୦୨୧

ମେଷ: ଉଚ୍ଚ ସମ୍ମାନ ଲାଭ କରି ପାରନ୍ତି। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଦେବଦର୍ଶନ କରିବେ।
ବୃଷ: ଉଚ୍ଚ ଆଶା ଫଳବତୀ ହେବ। ଭ୍ରାତୃଭାବ ଅତୁଟ ରହିବ। ଅର୍ଜିତ ଧନ ଭୋଗ କରିବେ। ଶ୍ରେଷ୍ଠ ପଦବୀରେ ଆସୀନ ହୋଇପାରନ୍ତି। ଆପଣଙ୍କ ପରାମର୍ଶ ଜନକଲ୍ୟାଣ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।
ମିଥୁନ: ନାନା ବିଭବରେ ମଣ୍ଡିତ ହେବେ। ଧର୍ମ-ଧାରଣାର ବଶ ହୋଇପାରନ୍ତି। ଶ୍ରେଷ୍ଠ ଆସନ ମିଳିବ। ବିଷୟାନୁରକ୍ତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବେ। ଅତ୍ୟଧିକ ବ୍ୟୟର ସୂଚନା ମିଳୁଛି। ନିନ୍ଦିତ ନ ହେବା ପାଇଁ କାର୍ଯ୍ୟରେ ସୁଧାର ଆଣିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ।
ସିଂହ: ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ସତ୍ୟ, ଶୌଚ, ଦୟା ଓ ଦାନର ପୂଜାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କରିତ୍‌କର୍ମା ଭାବେ ସାମାଜିକ କ୍ଷେତ୍ରରେ ଆଦର ଲାଭ କରିବେ। ସରକାରୀ ଧନ ମିଳିପାରେ।
କନ୍ୟା: ବୁଦ୍ଧିମାନ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ନିଧି ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ପ୍ରାଧାନ୍ୟ ଦେବେ। ମହିମା ମଣ୍ଡିତ ହୋଇପାରନ୍ତି। ରାଜପୂଜା ମିଳିବ। ବହୁ ସୁଖର ଅଧିକାରୀ ହେବେ। ସାମାନ୍ୟ ଆଘାତ ଲାଗିପାରେ।
ତୁଳା: ସେବା କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି। ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନଙ୍କ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଅର୍ଥ ଆଗମର ସୂଚନା ମିଳୁଛି।
ବିଛା: ବହୁ ବ୍ୟକ୍ତିଙ୍କ ପୋଷଣର କ୍ଷମତାରେ ରହି ରାଜପୂଜିତ ହୋଇପାରନ୍ତି। ଯାନବାହନ ଯୁକ୍ତ ହେବେ। ପରାକ୍ରମଶାଳୀ ହେବେ। ଅଞ୍ଚଳର ଅଧିପତି ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ଧନୁ: ବନ୍ଧୁ ମିଳିନ ଘଟିବ। ଉତ୍ତମ ପତ୍ନୀଙ୍କଠାରୁ ସୁପରାମର୍ଶ ମିଳିବ। ସ୍ବଜନମାନଙ୍କ ସହିତ ବିଭିନ୍ନ ପ୍ରକାରର ଧନଲାଭ କରି ପାରନ୍ତି। ପ୍ରଭୂତ ସୁଖର ଅଧିକାରୀ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଅସଦ୍‌ ବ୍ୟୟ ହୋଇପାରେ। ଶତ୍ରୁ ଦମନ କରିବାରେ ମାନସ ବିଳମ୍ବରେ ଘଟିପାରେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
କୁମ୍ଭ: ଉପଯୁକ୍ତ ପରାମର୍ଶଦାତା ହେବେ। ନିଧିପ୍ରାପ୍ତିର ସୂଚନା ମିଳୁଛି। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଚିତ୍ତ ସନ୍ତୁଷ୍ଟ ହେବ। ବହୁ ସୁଖର ଅଧିକାରୀ ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି।
ମୀନ: ବହୁ ମିତ୍ର ଓ ଧାର୍ମିକଙ୍କ ସହିତ ଅଶେଷ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହେବେ। ସଦା-ସର୍ବଦା ହୃଦୟରେ ବିନୀତ ଭାବ ରହିବ। ଦେବପୂଜା ନିରତ ହେବେ। କ୍ଷେତ୍ରପତି ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ହୋଇପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories