www.samajalive.in
Monday, December 8, 2025
13.1 C
Bhubaneswar

ମାହାଙ୍ଗା ଗୋତରାରେ ପ୍ରଜାକୋର୍ଟ, ଖୁଣ୍ଟରେ ବାନ୍ଧି ବୃଦ୍ଧଙ୍କୁ ନିର୍ଯାତନା

ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ନିର୍ଯାତିତଙ୍କ ଚେତାବନୀ

କୁଆଁପାଳ: ମାହାଙ୍ଗା ଥାନା ଅନ୍ତର୍ଗତ ଗୋତରାରେ ପ୍ରଜାକୋର୍ଟ ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କିଛି ଲୋକ ତାଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରି ନିର୍ଯାତନା ଦେଉଥିବା ଏକ ଭିଡିଓ ପ୍ରଘଟ ହୋଇଛି। ଅଭିଯୁକ୍ତଙ୍କୁ ପୁଲିସ ଏ ଯାଏ ଗିରଫ କରିନଥିବାରୁ ଉକ୍ତ ବୃଦ୍ଧ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ବୋଲି ଚେତାବନୀ ଦେଇଛନ୍ତି।

- Advertisement -

ଖବର ନେବାରୁ ଜଣାପଡ଼ିଛି ମାହାଙ୍ଗା ଥାନା ଅନ୍ତର୍ଗତ ଗୋତରା ଗ୍ରାମର ଜଣେ ବୃଦ୍ଧ ଗୌରାଙ୍ଗ ରାଉତ ଜୀବିକା ନିର୍ବାହ ପାଇଁ ନିଜ ଜମିରେ ନଳିତା ଚାଷ କରିଛନ୍ତି। ଗତକାଲି ସେହି ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ଏକ ଛେଳି ମରି ପଡ଼ିଥିବା ଦେଖିବାକୁ ପାଇ ପରିବାର ଲୋକ କିପରି ଛେଳିଟି ମଲା ଏହାର କାରଣ ଖୋଜିଥିଲେ। ଏହି ଛେଳିଟିକୁ ଗୌରାଙ୍ଗ ମାରି ଦେଇଥିବା ଭଣଜା ମନୋଜ ସାହୁଙ୍କଠାରୁ କାର୍ତ୍ତିକ ଜାଣିବାକୁ ପାଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ​ହେଲେ ଅଭିଯୋଗ ପୂର୍ବରୁ ଗୌରାଙ୍ଗ ଛେଳି ମାରିଥିବା ଅଭିଯୋଗ କରି ଗୋତରା ଗ୍ରାମର ଅଛୁତି ସାହୁଙ୍କ ପୁଅ ନରେନ୍ଦ୍ର ସାହୁ, ନରେନ୍ଦ୍ର ସାହୁଙ୍କ ପୁଅ କାର୍ତ୍ତିକ ସାହୁ, ନାରାୟଣ ସାହୁଙ୍କ ପୁଅ ଦେବେନ୍ଦ୍ର ସାହୁ ଓ ରବୀନ୍ଦ୍ର ସାହୁ, ରବୀନ୍ଦ୍ର ସାହୁଙ୍କ ପୁତ୍ର ଶରତ ଓ ସୁବାସ, ତୁଳସୀ ସାହୁ, ସ୍ୱାମୀ ନରେନ୍ଦ୍ର ଏବଂ ମନୁଆ ସାହୁ ସଙ୍ଗବଦ୍ଧ ଭାବେ ଠେଙ୍ଗା, ଭୁଜାଲି ଧରି ଗୌରାଙ୍ଗକୁ ଘରୁ ଘୋଷାରି ଆଣି ଗାଁର ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିିଥିଲେ। ଏଥିସହ ମୁଣ୍ଡକୁ ହାଣି ତାଙ୍କ ଦିବ୍ୟାଙ୍ଗ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଗୌରାଙ୍ଗଙ୍କ ଘର ଭିତରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହ ଘରର ଆଜବେଷ୍ଟସ ଭାଙ୍ଗି ଦେଇଥିଲେ।

ପରେ ଉଭୟଙ୍କୁ ଗୁରୁତର ଭାବେ ଗତକାଲି ସନ୍ଧ୍ୟାରେ ସମ୍ପର୍କୀୟମାନେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରିଥିବା ନେଇ ଗୌରାଙ୍ଗ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିନାହିଁ। ଅପରପକ୍ଷରେ ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇଥିବା ଗୌରାଙ୍ଗ ଓ ଦିବ୍ୟାଙ୍ଗ ପତ୍ନୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବାବେଳେ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ଏହି ଘଟଣାରେ ପୃଥକ ପୃଥକ ଦୁଇଟି ଅଭିଯୋଗ ହେବା ସହ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା କହିଛନ୍ତି। ତୁରନ୍ତ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଓ ମାନବ ଅଧିକାର କମିସନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories