www.samajalive.in
Saturday, December 13, 2025
26.1 C
Bhubaneswar

ଇଏ କେମିତିକା ପ୍ରେମ….

କଟକ: ପ୍ରେମ ଓ ସମ୍ପର୍କକୁ ନେଇ ଦୁଇଟି ସମ୍ପୂର୍ଣ୍ଣ ବିପରୀତ ଘଟଣା ଦୁଇଟି ସ୍ଥାନରେ ଦେଖିବାକୁ ମିଳିଛି । ଜଣେ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଦୁଇଟି ଘଟଣା ପ୍ରେମର ଦୁଇଟି ଭିନ୍ନ ରୂପକୁ ଦର୍ଶାଇଛି । କାହା ପାଇଁ ପ୍ରେମ ଅମର ତ କାହା ପାଇଁ କଳଙ୍କ । ଗୋଟିଏ ପଟେ ପ୍ରେମ ପାଇଁ ଜଣେ ମରି ମଧ୍ୟ ଅମର ହୋଇ ରହୁଛି ତ ଅନ୍ୟ ପଟେ ବନ୍ଧନରୁ ମୁକୁଳିବା ପାଇଁ ସାଥୀଙ୍କୁ ହତ୍ୟା କରୁଛି । ଏଭଳି ଦୁଇଟି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।

ଶୁକ୍ରବାର ପୃଥକ ପୃଥକ ସ୍ଥାନରୁ ଦୁଇଟି ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଦୁଇ ଯୁବତୀଙ୍କ ମୃତ୍ୟୁ ପଛର କାରଣ ପ୍ରେମ ବୋଲି ଜଣାପଡିଛି । ଯଦିଓ ପୁଲିସ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିନାହିଁ ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏଭଳି କିଛି ଅନୁମାନ କରାଯାଉଛି । ଭୁବନେଶ୍ୱର ମଞ୍ଚେଶ୍ୱରରେ ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର ହୋଇଯାଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହୋଟେଲ ହାଇେଓ୍ଵ ଇନ୍‌ରୁ ଯୁବତୀଙ୍କ ମୃତଦେହ ମିଳିଛି । ହୋଟେଲ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଅଂଚଳର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓ ପୁରୀ ଜିଲାର ଆଦିତ୍ୟ ମହାପାତ୍ର ଦୁଇ ଦିନ ତଳେ ଉଭୟ ନିଜ ସ୍ବାମୀ ସ୍ତ୍ରୀ ପରିଚୟ ଦେଇ ରୁମ ବୁକ୍ କରିଥିଲେ। କିନ୍ତୁ ରୁମ ଭଡା ଦେଇ ନଥିଲେ । ଭଡା ପାଇଁ ଆଜି ହୋଟେଲ କର୍ମଚାରୀ ରୁମ ନିକଟକୁ ଯିବାରୁ କବାଟ ପାଖରୁ ରକ୍ତ ଦେଖି ପୁଲିସକୁ ଖବର କରିଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରୁମ କବାଟ ଖୋଲି ମୃତଦେହ ଜବତ କରିଥିଲା । ତେବେ ଘଟଣା ପରଠୁ ସ୍ବାମୀର କୌଣସି ପତ୍ତା ମିଳିନଥିବା ବେଳେ ସେ ହିଁ ହି ଯୁତୀଙ୍କୁ ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି ।

- Advertisement -

ଏହାର ଏକ ବିପରୀତ ଆଭିମୁଖ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଁସର ପଞ୍ଚାୟତର କଙ୍କଡ଼ିଆ ଗାଁରେ । ପ୍ରେମିକର ମୃତ୍ୟୁ ପରେ ନିଆଁରେ ଜଳି ଆତ୍ମହତ୍ୟା କରିଛି ପ୍ରେମିକା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ସକାଳେ ଯୁବତୀଙ୍କ ଦଗ୍ଧ ମୃତଦେହ ଘର ପାଖ ଏକ ଅର୍ଦ୍ଧନିର୍ମିତ ଘରୁ ମିଳିଛି ।

କଙ୍କଡ଼ିଆ ଗ୍ରାମର ଯୁବତୀ ଜଣଙ୍କ ଅଙ୍ଗୁଳେଇ ଗ୍ରାମର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ତେବେ ଉକ୍ତ ଯୁବକଙ୍କ ଗତକାଲି ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଥିଲା। ଯୁବତୀ ଜଣଙ୍କ ଏକ ଘରୋଇ ମେଡିକାଲ କଲେଜ୍‌ରେ ନର୍ସିଂ ଟ୍ରେନିଂ ପାଇଁ ଭୁବନେଶ୍ବରରେ ରୁହନ୍ତି । ପ୍ରେମିକର ମୃତ୍ୟୁ ଖବର ପାଇ ଗତକାଲି ଯୁବତୀ ଜଣଙ୍କ ଘରକୁ ଫେରିଥିଲେ ଓ କାହାକୁ କିଛି ନ କହି ଚୁପଚାପ୍ ରହିଥିଲେ । ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଆଜି ସକାଳେ ଯୁବତୀଙ୍କ ଦଗ୍ଧ ମୃତଦେହ ଘର ନିକଟରେ ଥିବା ଅର୍ଦ୍ଧନିର୍ମିତ ଘରୁ ମିଳିଥିଲା । ମୃତଦେହ ନିକଟରୁ ଏକ କିରୋସିନି ଜାର୍ ଜବତ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories