ସନ୍ଧ୍ୟା ୭ଟା-ମୁଖ୍ୟ ଖବର

–ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ଜୀବନ ରକ୍ଷାକାରୀ ଇକମୋ ମେସିନ, ସୂଚନା ଦେଲେ ଏମ୍‌ସ ଅଧୀକ୍ଷକ

–ଗତବର୍ଷ ଭଳି ଏ ବର୍ଷ କେବଳ ପୁରୀରେ ହିଁ  ହେବ ବିନା ଭକ୍ତରେ ରଥଯାତ୍ରା

– ପୁରୀ ଛଡ଼ା ଏ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ,କଟକଣା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା

– ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ; କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା

–କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏମ୍‌ଜିଏନଆରଇଜିଏସ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ 

–ଯୋଗ୍ୟ ହିତାଧିକାରୀଙ୍କୁ ଏସ୍‌ଡିଆରଏଫ୍‌/ ଏନ୍‌ଡିଆରଏଫ ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

– ଡକାୟତି ଯୋଜନାବେଳେ କଟକ ମହନଦୀ ହାଡ଼ିଆ ପଠାରେ ଚଢ଼ାଉ,୬ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ, ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ ୨ ବାଇକ ଜବତ।

–ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା,କାର୍ଯ୍ୟାନୁଷ୍ଠାନ ନେଇ ଆଇନ ଶୃଙ୍ଖଳା ଏଡିସି ଯଶୋବନ୍ତ ଜେଠୱାଙ୍କ ସୂଚନା।

– ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭ 

– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭

ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ 

– ବର୍ଷାରେ ବେହାଲ ମୁମ୍ବଇ ; ଭୁଷୁଡିଲା କୋଠା ; ୧୧ ମୃତ

prayash

– ରେକର୍ଡ ୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର

– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୯୪,୦୫୨ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା

୨,୯୧,୮୩,୧୨୧କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ୬ ହଜାର ୧୪୮ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି  ପାଇଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ହଜାର ୬୭୬ରେ ପହଞ୍ଚିଛି

– ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ

ଆଉ ଛଅମାସ ତାଲାବନ୍ଦ ବଢାଅ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

– ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

– ବିଟକଏନକୁ ଆଇନଗତ ମୁଦ୍ରା ଭାବେ ସ୍ୱୀକୃତି ଦେଲା ଏଲ୍‍ ସାଲାଭାଡର ; ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବିଟକଏନକୁ ଗ୍ରହଣ କଲା

– ସାତବର୍ଷ କାରାଦଣ୍ଡ ଭୋଗିବେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ

– ଭିଡିଓକନକୁ ଅଧିଗ୍ରହଣ କରିବ ବେଦାନ୍ତ ଗ୍ରୁପ

– ସୁପ୍ରିମକୋର୍ଟଙ୍କ ପ୍ରଶ୍ନ-ଏହି ଅପମିଶ୍ରିତ ଗହମ ଖାଇପାରିବ କି?

– ଆଣ୍ଟାର୍କଟିକ୍‌କୁ ପଞ୍ଚମ ମହାସାଗର ମାନ୍ୟତା, ନୂଆ ନାମ ‘ଦକ୍ଷିଣ ମହାସାଗର’

– ତୁର୍କୀ ବିବାହ ଭାରତରେ ବୈଧ ହୋଇନି, ଛାଡପତ୍ର କଣ? ଟିଏମ୍‌ସି ସାଂସଦ ନୁସରତ୍‌

– ଟିକା ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ସୁବିଧା

Comments are closed.