www.samajalive.in
Monday, December 8, 2025
24.1 C
Bhubaneswar

ପରିବାରର ୪ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ ମୃତ, ସ୍ବାସ୍ଥ୍ୟ ବିଭାଗର ଅବହେଳା ହୋଇପାରେ ସୁପର ସ୍ପ୍ରେଡର

ଜି.ଉଦୟଗିରି: ଜି.ଉଦୟଗିରିର ଜଣେ ଜଣାସୁଣା ଲୁଗା ବ୍ୟବସାୟୀଙ୍କ ପରିବାରରେ ୪ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ସେହି ପରିବାରର ଜଣେ ମହିଳା ନୀଳାଦ୍ରୀ ପଣ୍ଡା ୩୮ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ସୁପର ସ୍ପ୍ରେଡର ହେବାର ଆଶଙ୍କା ବୃଦ୍ଧି ପାଉଛି। ବିବରଣୀରୁ ଜଣାଯାଏ ଯେ ଗତ ଜୁନ ୬ତାରିଖରେ ନୀଳାଦ୍ରୀଙ୍କୁ ଥଣ୍ଡା ଜ୍ବର ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ପ୍ରଥମେ ଆଣ୍ଟିଜେନ ଟେଷ୍ଟ କରାଯିବାରୁ ତାହା ନେଗେଟିଭ ବାହାରିଥିବା ବେଳେ ସେହି ଦିନ ହିଁ ଆରଟପିସିଆର ଟେଷ୍ଟ ପାଇଁ ଫୁଲବାଣୀ ପଠାଯାଇଥିଲା। ତେବେ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ ପ୍ରକାରେ ତାଙ୍କୁ ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଥିଲା। ସେହି ବ୍ୟକ୍ତିକୁ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସି ସେହି ପରିବାରର ମୃତ ମହିଳାଙ୍କ ଝିଅ ଓ ଦିଅରର କରୋନା ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଜଣେ ପୁତୁରା କରୋନା ଆକ୍ରାନ୍ତ ହୋଇ ଘରେ ଆଇସୋଲେସନରେ ଥିବା ଜଣାପଡିଛି।

ପ୍ରକାଶ ଥାଉକି ନୀଳାଦ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟରେ ୬ ତାରିଖ ନେଗେଟିଭ ଥିବାବେଳେ ଆରଟିପିସିଆର ରିପୋର୍ଟରେ ମଧ୍ୟ ୯ ତାରିଖ ରାତିରେ ନେଗେଟିଭ ବାହାରିଥିଲା। ବର୍ତ୍ତମାନ ସେହି ପରିବାରର ତିନି ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗରେ ସାମାନ୍ୟ ଭୁଲ ଯୋଗୁଁ ଲୋକେ ଆଣ୍ଟିଜେନ ଟେଷ୍ଟ କରି ମଧ୍ୟ ଆରଟିପିସିଆର ଟେଷ୍ଟ ପାଇଁ ଯାଇଥିବା ମୋବାଇଲକୁ ମେସେଜ ଆସୁଛି । ସ୍ବାସ୍ଥ୍ୟ ବିଭାଗରେ ପଚାରିଲେ ଭୁଲରେ ଫିଡିଙ୍ଗ ହୋଇଯାଇଥିବା କହୁଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗର ଏଭଳିଆ ଦାୟିତ୍ବ ହୀନତା ଯୋଗୁଁ ଅଞ୍ଚଳରେ ସୁପରସ୍ପ୍ରେଡର ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories