www.samajalive.in
Saturday, December 13, 2025
26.1 C
Bhubaneswar

ଘାସିରାମ ଖୋରାଙ୍କ ପ୍ରତି ଅନ୍ୟାୟ; ଲୋକ ଶକ୍ତି ଅଭିଯାନ

ବ୍ରହ୍ମପୁର: ଭାରୋତଳକ ଘାସିରାମ ଖୋରାଙ୍କ ଖେଳ ଜୀବନକୁ ନଷ୍ଟ କରାଯାଇଥିବା ଲୋକ ଶକ୍ତି ଅଭିଯାନ ପକ୍ଷରୁ ଦଳିତ ଆଦିବାସୀ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏଥିସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରାଯାଇଛି । ଏସଂପର୍କରେ ଲୋକ ଶକ୍ତି ଅଭିଯାନର ଗଂଜାମ ଜିଲ୍ଲା ସଭାପତି ମଧୂସୁଦନ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ରାଜ୍ୟ ଭାରୋତଳନ ସଂଘ ନିୟମ ଅନୁଯାୟୀ ଘାସିରାମଙ୍କ ଡ଼ୋପଟେଷ୍ଟର ‘ଏ’ ସାମ୍ପଲ ପଜିଟିଭ୍ ଆସିବା ଖବରକୁ ଗୋପନୀୟ ରଖାଯାଇନଥିଲା । ଯାହାକି ନାଡ଼ା ନିୟମାବଳୀର ଉଲଂଘନ କରାଯାଇଥିବା ଅଭିଯୋଗ କରାଯାଇଛି । ଡ଼ୋପଟେଷ୍ଟ ରିପୋର୍ଟ ପ୍ରଘଟ କରିବା ଯୋଗୁଁ ଘାସିରାମ ଜାତୀୟ ସ୍ତରରେ ଅପମାନିତ ହୋଇଛନ୍ତି । ଅନ୍ୟପକ୍ଷରେ ‘ବି’ ସାମ୍ପଲ ପରୀକ୍ଷାରେ ମଧ୍ୟ ପଜିଟିଭ୍ ଆସିବା ପରେ ପକ୍ଷରୁ ରାଜ୍ୟ ଭାରୋତଳକ ସଂଘ ସଂପାଦକ ଜରିମାନା ଦେବା ପାଇଁ ଭାରତୀୟ ଭାରୋତଳକ ସଂଘ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଘାସିରାମଙ୍କୁ ନାଡ଼ା ଦ୍ୱାରା ଗଠିତ ବିଚାର ବିଭାଗୀୟ ପ୍ୟାନେଲ ସମ୍ମୁଖରେ ମତ ରଖିବା ପାଇଁ ସୁଯୋଗ ମିଳିବ ବୋଲି ସୂଚନା ମିଳିଛି । କିନ୍ତୁ ତାଙ୍କୁ ଜରିମାନା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ଏବଂ ପ୍ରସାର ହୋଇଛି । ଜଣେ ଦଳିତ ଆଦିବାସୀ ବାଳକ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ଲୋକ ଶକ୍ତି ଅଭିଯାନ ପକ୍ଷରୁ ରାଜ୍ୟ ସଂଘ ବିରୋଧରେ ଅଭିଯୋଗ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories