www.samajalive.in
Monday, December 8, 2025
24.1 C
Bhubaneswar

ମୌସୁମୀ ଆସନ୍ନ: ବଘିଆପଡା ମଣ୍ଡିରେ ବିଳମ୍ବିତ ହେଉଛି ଧାନକିଣା ପ୍ରକ୍ରିୟା

ବୌଦ୍ଧ : ରାଜ୍ୟ ସରକାର ରବିଧାନ କ୍ରୟ ପାଇଁ ଗାଇଡାଲାଇନ ଜାରି ସମୟରେ ତୁରନ୍ତ ଧାନ କିଣା ପ୍ରକିୟା ଶେଷ ଉପରେ ଗୁରୁତ୍ୱାରୋପ କରିଥିଲେ। ମୌସୁମୀ ଠିକ୍ ସମୟରେ ଆସୁଥିବାରୁ ତୁରନ୍ତ ରବିଧାନ କ୍ରୟ ଶେଷ କରିବାକୁ ମଇ ୨୫ ତାରିଖ ଦିନ ରବି ଧାନ ସଂଗ୍ରହ ଆରମ୍ଭ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସୂଚନା ମୁତାବକ ବୌଦ୍ଧଜିଲାରେ ୨୩ ଗୋଟି ସମବାୟ ସମିତି ଜରିଆରେ ୭୩୫୨୯ କୁଇଣ୍ଟାଲ ରବିଧାନ କିଣାଯିବାକୁ ଲକ୍ଷଧାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ଜିଲାରେ ୧୨୦୧ ଜଣ ପଂଜିକୃତ ଚାଷୀ ୬୪୦୪୭ କୁଇଣ୍ଟାଲ ଧାନ ବିକ୍ରୟ କରିସାରିଥିବା ଜଣାପଡିଛି। କିନ୍ତୁ ବଘିଆପଡା ସମବାୟ ସମିତିରେ ଧାନକିଣା ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବଘିଆପଡା ସମବାୟ ସମିତିକୁ ପ୍ରଥମ ପର୍ଯ୍ୟାୟରେ ୨୫୦୦ କ୍ୱଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ ଦିଆଯାଇଥିଲା।

- Advertisement -

ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ମାତ୍ର ୬୨ ଜଣ ଚାଷୀ ଧାନ ବିକ୍ରୟ କରିଥିବାବେଳେ ୨୨୧୦ କୁଇଣ୍ଟାଲ ଧାନ କ୍ରୟ ସରିଥିବା ଜଣାପଡିଛି। କିନ୍ତୁ ଏଯାଏ ମଣ୍ଡି ଆଗରେ ଶହଶହ କୁଇଣ୍ଟାଲ ଧାନ ଜମା ହୋଇ ରହିଥିବାବେଳେ ଟାର୍ଗେଟ ନଥିବାରୁ ଉଠିପାରୁନଥିବା ଜଣାଯାଇଛି। ଚାଷୀମାନେ ମଣ୍ଡିକୁ ଖର୍ଚ୍ଚ କରି ଧାନ ଆଣିଥିବାବେଳେ ଆଉଥରେ ଫେରାଇ ନେବାକୁ ରାଜି ନଥିବାରୁ ପାଲଢାଙ୍କି ଧାନକୁ ଜଗି ରହିଥିବା ଦେଖାଯାଇଛି। ମୌସୁମୀ ପହଞ୍ଚିବାକୁ ଥିବାବେଳେ ଚାଷୀମାନେ ସେମାନଙ୍କର ଧାନ ତୁରନ୍ତ କିଣାଯିବାକୁ ଦାବି କରିଛନ୍ତି। ଏ ସଂପର୍କରେ ଅତିରକ୍ତ ଜିଲା ଯୋଗାଣ ଅଧିକାରୀ ବିଷ୍ଣ ପ୍ରସାଦ ପ୍ରଧାନଙ୍କୁ ପଚାରିବାରେ ଠିକ୍ ଧାନମଣ୍ଡି ଖୋଲାଯାଇଥିଲେ ମଧ୍ୟ ରବିଧାନ ବିକ୍ରୟ ପାଇଁ ପଞ୍ଜୀକୃତ କରି ଟୋକେନ ପାଇଥିବା ଚାଷୀମାନେ ଧାନ ଅମଳରେ ବିଳମ୍ବ ହେବାରୁ ମଣ୍ଡିକୁ ଧାନ ଆଣିନଥିଲେ। ତେଣୁ ମଣ୍ଡି କର୍ମଚାରୀମାନେ ଅନ୍ୟ ଚାଷୀଙ୍କ ଠାରୁ ଧାନ କିଣିଥିଲେ। ଟାର୍ଗେଟ ସରିଯିବା ପରେ ପୂର୍ବରୁ ଟୋକେନ ପାଇଥିବା ଚାଷୀମାନେ ଧାନ ବିକ୍ରୟ ପାଇଁ ଆଣିଥିଲେ। ଆଜି ବଘିଆପଡା ମଣ୍ଡିକୁ ନୂତନ ଟାର୍ଗେଟ ପ୍ରଦାନ କରାଯାଇଥିବାବେଳେ ଖୁବ ଶିଘ୍ର ଧାନକିଣା ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀପ୍ରଧାନ ପ୍ରକାଶ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories