www.samajalive.in
Sunday, December 7, 2025
18.1 C
Bhubaneswar

ମାହାଙ୍ଗା ଅତିରିକ୍ତ ତହସିଲଦାର ଓ ସମାଜସେବିଙ୍କୁ ଇଟା ମାଫିଆଙ୍କ ଆକ୍ରମଣ

ମାହାଙ୍ଗା  : କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଏବେ ଦେଖିବାକୁ ମିଳୁଛି ବେଆଇନ ମାଟି ବାଲି ଓ ଇଟା ମାଫିଆଙ୍କ ଦାଦାଗିରି ।ଗତ ମାସରେ ବାଲି ମାଫିଆମାନେ ତହସିଲ ଟିମର ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବାଲିଘାଟରେ ମାଡ ମାରି ଲହୁଲୁହାଣ କରି ବାଲି ଗାଡି ଛଡାଇ ନେଇ ଥିବା ଘଟଣା ମନରୁ ନଲିଭିଣୁ ଆଜି ପୁଣି ମାହାଙ୍ଗା ଥାନାରୁ ମାତ୍ର ୧୦୦ମିଟର ଦୂର ପର୍ଶୁରାମ ପୁର ଗ୍ରାମକୁ ଯାଇଥିବା ମାହାଙ୍ଗା ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ ଓ ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ରଙ୍କୁ ବେଆଇନ ଇଟା ମାଫିଆ ମାନେ ସଂଗବଧ ଭାବେ ଠେଙ୍ଗା ବାଡ଼ି ଧରି ଆକ୍ରମଣ କରିଥିବା ଏକ ଭିଡିଓ ଭାଇରଲ ହୋଇଛି ।
ମାଫିଆମାନେ ଅଧିକାରୀ ଜଣକୁ ଅତି ଅଶାଳୀନ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଧିକାରୀ ମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସୁଥିବା ବେଳେ ମାଫିଆ ମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ପ୍ରଶାସନ ପକ୍ଷରୁ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ବାଲି ମାଟି ଇଟା ମାଫିଆଙ୍କ ଦବଙ୍ଗଗିରି ବଢ଼ି ବଢ଼ି ଚାଲିଛି ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି।ପ୍ରତିଦିନ ମାଫିଆମାନେ ନିର୍ଭୟରେ ବେଆଇନ ଭାବେ ସରକାରୀ ଜମିରୁ ମାଟି ବାଲି ଲୁଟ କରିବା ସହ ଅସହ୍ୟ ଗୁଳୁଗୁଳିରେ ଭାଟି ପରେ ଭାଟି ଇଟା ପୋଡ଼ୁଥିବାବେଳେ ଲକ୍ଷ ଲକ୍ଷ ରାଜସ୍ବ ହାନୀ ଘଟୁଛି।  ତୁରନ୍ତ କଟକ ଜିଲ୍ଲାପାଳ ଓ ରାଜସ୍ବ କମିଶନର ସ୍ୱତନ୍ତ୍ର ଦୃଷ୍ଟିଦେଇ ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories