ଦିନ ୧୨ଟା – ମୁଖ୍ୟ ଖବର
ଦେଶରେ ଗତ ୨୪ ଘଣ୍ଟାରେ ଆଉ ୮୬ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ; ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୯୬,୪୭୩କୁ ବୃଦ୍ଧି ପାଇଛି
ଚିକିତ୍ସାଧୀନ ଅବସ୍ଥାରେ ୨ ହଜାର ୧୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ରେ ପହଞ୍ଚିଛି
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩
ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଚିକିତ୍ସାଧୀନ ଅବସ୍ଥାରେ ୧୭ଟି ଜିଲାରୁ ଆଉ ୪୫ ଆକ୍ରାନ୍ତ ଆଖି ବୁଜିଛନ୍ତି, ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦ରେ ପହଞ୍ଚିଛି
ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ ; ଭାରତୀୟ ଶିଳ୍ପ ମହାସଂଘ ସମେତ ବିଭିନ୍ନ ରାଜ୍ୟର ସ୍ୱାଗତ
ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା
ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ
ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ
ଚୀନରେ ଠାବ ହେଲା ଡାଇନୋସର୍ ପୂର୍ଣ୍ଣାଙ୍ଗ କଙ୍କାଳ ; ଜୀବାଶ୍ମର ପ୍ରାୟ ୭୦% ଅକ୍ଷତ ରହିଛି
ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର
୧୦୦ କିଲୋମିଟର ଚାଲିଲା ମହାବଳ ବାଘ ; ନଦୀ, ନାଳ ପାରହୋଇ ପହଞ୍ଚିଲା ବାଂଲାଦେଶରେ
ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ: ପାକିସ୍ତାନ ରହିଲା ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ
ଅଧିକ ବିପଜ୍ଜନକ ହେବ ମୌସୁମୀ ; ପୂର୍ବାପେକ୍ଷା ବୃଦ୍ଧିପାଇବ ଆର୍ଦ୍ରତା
ଆନ୍ତର୍ଜାତିକ କ୍ରିକେଟ୍ରୁ ରବିନ୍ସନ ନିଲମ୍ବିତ
ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଅକ୍ଟୋବର ୧୫ରେ ଫାଇନାଲ
Comments are closed.