www.samajalive.in
Friday, December 5, 2025
27.1 C
Bhubaneswar

ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ : ସିଇସି

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ସୁଶିଲ୍‍ ଚନ୍ଦ୍ର ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେହିସବୁ ରାଜ୍ୟଗୁଡ଼ିକରେ ପ୍ରଥମ ୩ ମାସ ଭିତରେ ନିର୍ବାଚନ କରାଇବାପାଇଁ ସମୟ ଧାର୍ଯ୍ୟ କରା ଯାଇଛି। ଶ୍ରୀ ଚନ୍ଦ୍ର କହିଛନ୍ତି, କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନିର୍ବାଚନ ଆୟୋଗ ଦୃଷ୍ଟି ରଖିଛନ୍ତି ଏବଂ ଦୈନିକ ସଂକ୍ରମଣ ସଂଖ୍ୟା କେତେ ହ୍ରାସ ପାଉଛି ଓ କେତେ ଲୋକ ସୁସ୍ଥ ହେଉଛନ୍ତି, ତାହାକୁ ବିଚାରକୁ ନିଆଯାଇ ନିର୍ବାଚନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ମହାମାରୀ ଦୂର ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ମହାମାରୀ ସମୟରେ ସବୁ ଲୋକ ଯେପରି ଭୋଟ୍‍ ଦେଇପାରିବେ, ତାହାକୁ ନିଶ୍ଚିତ କରିବାପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଶ୍ରୀ ଚନ୍ଦ୍ର ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି, ଭୋଟ୍‍ ଗ୍ରହଣ ସମୟରେ ସବୁ ପ୍ରକାରର ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ପ୍ରତି ୫ଟି ରାଜ୍ୟରେ ଶେଷ ହୋଇଥିବା ନିର୍ବାଚନ ଯେଭଳି କରାଯାଇଛି, ସେହିଭଳି ବ୍ୟବସ୍ଥା ମଧ୍ୟରେ ଆଗାମୀ ନିର୍ବାଚନଗୁଡ଼ିକ କରାଯିବ ବୋଲି ଶ୍ରୀ ଚନ୍ଦ୍ର ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories