www.samajalive.in
Saturday, December 13, 2025
26.1 C
Bhubaneswar

ବ୍ୟାୟାମ କରିବା ପରେ ଖାଆନ୍ତୁ ସିଝା ଅଣ୍ଡା

ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏହା ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ରୋଗ ଠାରୁ ମଧ୍ୟ ଦୂରରେ ରଖେ। ବ୍ୟାୟାମ କରିବା ପରେ ଶରୀରକୁ ଅଧିକ ପରିମାଣରେ ଶକ୍ତିର ଆବଶ୍ୟକ ହୋଇଥାଏ। କାରଣ ଦିନଯାକ କାର୍ଯ୍ୟ କରିବାକୁ ନିର୍ଦ୍ଦିଷ୍ଟ ପରିମାଣରେ ଶକ୍ତି ଆବଶ୍ୟକ ହୋଇଥାଏ। ଏପରି କେତେକ ଖାଦ୍ୟ ରହିଛି, ଯାହାକୁ ବ୍ୟାୟାମ କରିବା ପରେ ସେହି ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେହି ଖାଦ୍ୟ ବିଷୟରେ ….
ବାଦାମ –
ବାଦାମରେ ମଧ୍ୟ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ। ଯାହା ଶରୀରରେ ଶକ୍ତିର ମାତ୍ରାକୁ ବୃଦ୍ଧି କରିଥାଏ। ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ତେଣୁ ବ୍ୟାୟାମ କରିବା ପରେ ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଆବଶ୍ୟକ ଅଟେ।
ସିଝା ଅଣ୍ଡା –
ବ୍ୟାୟାମ କରିବା ପରେ ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ଶରୀରରେ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଗ୍ରହ ଆଣିଥାଏ। ମସ୍ତିଷ୍କ ସୂଚାରୁ ରୂପେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ। ହାଡ଼କୁ ମଧ୍ୟ ଶକ୍ତ କରିଥାଏ।
କଦଳୀ – ଶକ୍ତି ପାଇଁ କଦଳୀ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ ଓ ଭିଟାମିନ ରହିଛି। ଏଥିରେ ଥିବା ପ୍ରାକୃତିକ ଶର୍କରା ଶରୀରକୁ ଯଥେଷ୍ଟ ଶକ୍ତି ପ୍ରଦାନ କରିଥାଏ। ଏହା ମାଂସପେଶୀକୁ ଶକ୍ତ କରିଥାଏ। ଦିନ ଯାକ କାର୍ଯ୍ୟ କରିବାକୁ ଯଥେଷ୍ଟ ଶକ୍ତି ଦେଇଥାଏ। ଏଥିରେ ଥିବା କାବ୍ରୋହାଇଡ୍ରେଡ଼, ମିନେରାଲସ, ପ୍ରୋଟିନ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ଓ ହିତକାରକ ଅଟେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories