www.samajalive.in
Friday, December 12, 2025
17.1 C
Bhubaneswar

ଟି୨୦ ବିଶ୍ବକପ୍‌ ଭାରତରେ ଆୟୋଜନ ହେବ କି ନାହିଁ, ଜୁନ୍ ୨୮ ସୁଦ୍ଧା ଜଣାଅ – ଆଇସିସି

ଦୁବାଇ: ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ଆଭାସୀ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଇସିସିକୁ ବିସିସିଆଇ ମାସେ ସମୟ ମାଗିଥିଲା। ବିସିସିଆଇକୁ ଆଇସିସି ଠିକ୍ ମାସେ ସମୟ ଦେଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ ଭାରତରେ ଆୟୋଜନ ହେବ କି ନାହିଁ; ଜୁନ୍ ୨୮ ସୁଦ୍ଧା ତାହା ଜଣାଇବା ଏବଂ ବିକଳ୍ପ ସ୍ଥାନ ୟୁଏଇରେ ବିଶ୍ବକପ୍‌ ଆୟୋଜନ କରିବା ଲାଗି ପ୍ରସ୍ତୁତ ରହିବା ଲାଗି ବିସିସିଆଇକୁ ଆଇସିସି କହିଛି।

ଏହାସହ ଆଇସିସି ନିଷ୍ପତ୍ତି ନେଇଛି ଯେ ୨୦୨୭ ଓ ୨୦୩୧ ଦିନିକିଆ ବିଶ୍ବକପ୍‌ରେ ୧୦ଟି ସ୍ଥାନରେ ୧୪ଟି ଦଳ ଖେଳିବେ। ୧୪ଟି ଦଳଙ୍କୁ ୭ଟି ଲେଖାଏଁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ରୁ ୩ଟି ଲେଖାଏଁ; ଏହିପରି ୬ଟି ଦଳ ସୁପର ସିକ୍ସ ପର୍ଯ୍ୟାୟ ଖେଳିବେ। ପୁଣି ୨୦୨୪ରୁ ପ୍ରତି ୨ ବର୍ଷରେ ଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜନ କରାଯିବ। ୨୦୨୪ରୁ ୨୦୩୦ ମଧ୍ୟରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୧୬ଟି ଦଳ ସ୍ଥାନରେ ୨୦ଟି ଲେଖାଏଁ ଦଳ ଖେଳିବେ। ୨୦ ଦଳଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପ୍‌ର ୫ଟି ଦଳରୁ ୨ଟି ଲେଖାଏଁ; ଏହିପରି ୮ଟି ଦଳ ସୁପର ଏଇଟ୍‌ ପର୍ଯ୍ୟାୟ ଖେଳିବେ। ଟି୨୦ ବିଶ୍ବକପ୍‌ରେ ମୋଟ ୫୪ଟି ମ୍ୟାଚ୍‌ ଖେଳାଯିବ। ଏହାସହ ପ୍ରତି ୨ ବର୍ଷରେ ଥରେ ୯ଟି ଦଳଙ୍କୁ ନେଇ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଖେଳାଯିବ। ଏହାର ଫାଇନାଲ ୨୦୨୫, ୨୦୨୭, ୨୦୨୯ ଓ ୨୦୩୧ରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୁଣି ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ସ ଟ୍ରଫି ଫେରିବ ବୋଲି ଆଇସିସି ଘୋଷଣା କରିଛି। ୮ଟି ଦଳଙ୍କୁ ନେଇ ଚମ୍ପିଆନ୍‌ସ ଟ୍ରଫି ୨୦୨୪ ଓ ୨୦୨୮ରେ ଖେଳାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ ଖେଳିବେ। ୨୦୧୭ରେ ଶେଷଥର ପାଇଁ ଚମ୍ପିଆନ୍‌ସ ଟ୍ରଫି ଆୟୋଜନ ହୋଇଥିଲା। ଏହାକୁ ପାକିସ୍ତାନ ଜିତିଥିଲା।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories