www.samajalive.in
Thursday, December 11, 2025
15.1 C
Bhubaneswar

ଏହି ରେସ୍ତୋରାଁରେ ତୁଣ୍ଡି ପିନ୍ଧିଲେ ଦେବାକୁ ପଡେ ଅଧିକ ଟଙ୍କା ; ଜାଣନ୍ତୁ କ’ଣ ଏହାର କାରଣ

ସାରା ବିଶ୍ୱରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ସାରିଛି। ଏହି ମହାମାରୀରୁ ରକ୍ଷା ପାଇଁ ତୁଣ୍ଡି ପିନ୍ଧିବା ନିତ୍ୟାନ୍ତ ଜରୁରୀ। ମାତ୍ର ଏହି ତୁଣ୍ଡିକୁ ନେଇ ଆମେରିକାର ଏକ ରେସ୍ତୋରାଁର ମାଲିକ ଅଜବ ନିୟମ ପ୍ରସ୍ତୁତ କରିଛନ୍ତି। ରେସ୍ତୋରାଁକୁ ତୁଣ୍ଡି ପିନ୍ଧି ଆସୁଥିବା ଗ୍ରାହକଙ୍କୁ ୫ ଡଲାର ଅଧିକ ପ୍ରାୟ ୩୬୩ ଟଙ୍କା ଅଧିକ ଦେବାକୁ ପଡିବ। ଏହି ନିୟମକୁ ନେଇ ରେସ୍ତୋରାଁର ମାଲିକଙ୍କ କହିବା ଅନୁଯାୟୀ, ଆବଶ୍ୟକୀୟ ଦାନ ଭାବେ (ଚ୍ୟାରିଟି) ପାଇଁ , ତାଲାବନ୍ଦ କାରଣରୁ ହୋଇଥିବା କ୍ଷତି କାରଣରୁ ତାହା ପୂରଣ ପାଇଁ ଏଭଳି ନିୟମ ଲାଗୁ କରାଯାଇଛି।
ସୂଚନା ଅନୁଯାୟୀ, କାଲିଫର୍ଣ୍ଣିୟାର ମେଡୋକିନୋରେ ସ୍ଥିତ ଏହି ରେସ୍ତୋରାଁ ମାଲିକଙ୍କ କହିବା ଅନୁଯାୟୀ ନିୟମ ଓ ମହାମାରୀରୁ ରକ୍ଷା ପାଇଁ ଲୋକେ ନିଶ୍ଚିତ ତୁଣ୍ଡି ପିନ୍ଧୁଛନ୍ତି। ତେଣୁ ଏହି ଅଧିକ ଟଙ୍କା ପୈଠ ସେମାନଙ୍କ ପାଇଁ କୌଣସି ସମସ୍ୟା ନାହିଁ। ଏହି ଟଙ୍କାକୁ ଏକତ୍ରିତ କରି ଆବଶ୍ୟକୀୟ ଦାନ ଭାବେ (ଚ୍ୟାରିଟି) ପ୍ରଦାନ କରାଯିବ। ଏହାସହ ଜୀବନକୁ ରକ୍ଷା ପାଇଁ ତଥା ଅନ୍ୟର ମଙ୍ଗଳ ପାଇଁ ତୁଣ୍ଡି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଏହି ଟଙ୍କା ଦେବାକୁ କୌଣସି ସମସ୍ୟା କିମ୍ବା ଅରାଜି ହେବେ ନାହିଁ ବୋଲି ସେ କହିଛନ୍ତି। ପ୍ରାଣ ନେଉଥିବା ଏହି କରୋନା ଭୂତାଣୁର ସଂକ୍ରମଣକୁ ରୋକିବାକୁ ଲାଗୁ ହେଉଥିବା ତାଲାବନ୍ଦ ଦ୍ୱାରା ବେପାର ଖୁବ ପ୍ରଭାବିତ ହେଉଛି। ତେଣୁ କିଛି ହିତକର କାର୍ଯ୍ୟ ଓ କ୍ଷତିକୁ ଦୂର ପାଇଁ ଏଭଳି ଉପାୟ ଗ୍ରହଣ କରିବାକୁ ପଡୁଛି।
ତେଣୁ ବ୍ୟକ୍ତିଗତ ଭାବେ ରେସ୍ତୋରାଁର ମାଲିକ ତୁଣ୍ଡି ପିନ୍ଧିବାକୁ ନେଇ କୌଣସି ନକରାତ୍ମକ ମନ୍ତବ୍ୟ ନାହିଁ। ଅଧିକାଂଶ ଗ୍ରାହକ ତାଙ୍କ ଭଳି ଚିନ୍ତା କରୁଛନ୍ତି ଓ ଏହି ଟଙ୍କା ପୈଠ କରିବାକୁ ମଧ୍ୟ ରାଜି ବୋଲି ସେ କହିଛନ୍ତି। ଗ୍ରାହକଙ୍କ ମତାମତକୁ ସମ୍ମାନ ଦେବା ସହ ସରକାର ଲାଗୁ କରିଥିବା ବିଭିନ୍ନ ନିୟମ ଓ ତୁଣ୍ଡି ପିନ୍ଧିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories