www.samajalive.in
Monday, December 8, 2025
14.1 C
Bhubaneswar

ଗୋଟିଏ ପାନ ଟିକା ଯଥେଷ୍ଟ ପ୍ରଭାବଶାଳୀ କି ? ଗବେଷଣା କରିବେ ସରକାର

ଦେଶରେ କରୋନାର ୨ୟ ତରଙ୍ଗ ଏହାର ଆତଙ୍କ ଜାରି ରଖିଛି। କରୋନା ବିରୋଧୀ ଲଢ଼େଇର ବଡ଼ ଅସ୍ତ୍ର ହେଉଛି ଟିକା, କିନ୍ତୁ ଏହାର ଅଭା ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଏଭଳି ସ୍ଥିତିରେ କୋଭିଶିଲ୍ଡ କରୋନା ଟିକାର ଗୋଟିଏ ପାନ ଯଥେଷ୍ଟ ପ୍ରଭାବଶାଳୀ କି ନୁହେଁ ସେ ନେଇ ଭାରତ ସରକାର ଗବେଷଣା କରିବାକୁ ଯାଉଛନ୍ତି। ତେବେ ଏହା ମଧ୍ୟରେ ଏଭଳି କିଛି ଗବେଷଣା ସାମ୍ନାକୁ ଆସୁଛି, ଯେଉଁଥିରେ ଦାବି କରାଯାଉଛି ଯେ, ଯଦି କେହି କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି, ତେବେ ଶରୀରରେ ପର୍ଯ୍ୟାପ୍ତ ଆଣ୍ଟିବଡି ବିକଶିତ କରିବା ଲାଗି ଟିକାର ଗୋଟିଏ ପାନ ଯଥେଷ୍ଟ। ମାତ୍ର ଏହା ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।

ବିଶ୍ଵରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଜାରି ରହିଛି। ମାତ୍ର ଟିକାର ଅଭାବ ଟିକାକରଣରେ ବାଧା ଦେଇଛନ୍ତି। ଏଭଳି ସ୍ଥିତିରେ ଟିକାକୁ ନେଇ ଭୟ, ଗୁଜବ ଏବଂ ଏହାର ପ୍ରଭାବଶାଳିତାକୁ ନେଇ ବହୁ ଦ୍ବନ୍ଦ୍ବ ରହିଛି। ଏସବୁ ଭିତରେ ଭାରତରେ କୋଭାକ୍ସିନ, କୋଭିଶିଲ୍ଡ ଏବଂ ସ୍ପୁଟନିକ ଭି ଟିକା ଲୋକଙ୍କୁ ଦିଅଯାଉଛି। ଏସବୁ ମଧ୍ୟରେ ସବୁଠୁ ଅଧିକ ଟିକା କୋଭିଶିଲ୍ଡ ଦିଆଯାଉଛି। ଦେଶରେ ଏପର୍ଯ୍ୟନ୍ତ ବ୍ୟବହାର ହୋଇଥିବା ମୋଟ ଟିକା ମଧ୍ୟରୁ ୯୦ ପ୍ରତିଶତ ଟିକା କୋଭିଶିଲ୍ଡ ଦିଆଯଉଛି। ଆଗାମୀ କିଛି ମାସ ମଧ୍ୟରେ ସରକାର କୋଭିଶିଲ୍ଡର ଗୋଟିଏ ପାନ ଯଥେଷ୍ଟ ପ୍ରଭାବଶାଳୀ କି ନୁହେଁ ତାହା ଉପରେ ଗବେଷଣା କରିବାକୁ ଯାଉଛନ୍ତି।

- Advertisement -

କରୋନା ଟିକାର ଦୁଇଟି ପାନ ମଧ୍ୟରେ ନିଶ୍ଚିତ ଭାବେ କିଛି ଦିନର ଅନ୍ତର ରହିଥାଏ, ଯାହାଫଳରେ ଶରୀରରେ ପର୍ଯ୍ୟାପ୍ତ ଆଣ୍ଟିବଡି ବିକଶିତ ହୋଇପାରିବ। କୋଭିଶିଲ୍ଡ ଟିକାକୁ ନେଇ ଭିନ୍ନ ଭିନ୍ନ ଗବେଷଣା କରାଯାଇଛି ଏବଂ ଏହାର ଦୁଇଟି ପାନ ଟିକା ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି। କୁହାଯାଉଛି ଯେ, ଯେଉଁ ବ୍ୟକ୍ତିଙ୍କୁ କରୋନା ହୋଇନାହିଁ, ତାଙ୍କୁ ୨ଟି ପାନ ଟିକା ଦେବା ଫଳରେ ପର୍ଯ୍ୟାପ୍ତ ଆଣ୍ଟିବଡି ବିକଶିତ ହେବ। ଭାରତରେ ୪ କୋଯି ୩୦ ଲକ୍ଷରୁ ଅଧିକ ଲୋକ ୨ଟି ଲେଖାଏ ପାନ ଟିକା ନେଇଛନ୍ତି। ସେମାନଙ୍କଠାରେ ପର୍ଯ୍ୟାପ୍ତ ଆଣ୍ଟିବଡି ବିକଶିତ ହୋଇଛି, କିନ୍ତୁ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁମାନଙ୍କଠାରେ ପର୍ଯ୍ୟାପ୍ତ ଆଣ୍ଟିବଡି ବିକଶିତ ହେଉନାହିଁ। ବିଜ୍ଞାନଭିତ୍ତିକ ପତ୍ରିକା ନେଚରରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଟିକାର ଗୋଟିଏ ପାନ ଯଥେଷ୍ଟ। ସେମାନଙ୍କୁ ୨ୟ ପାନ ଟିକା ଦେବା ଆବଶ୍ୟକ ନାହିଁ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କଠାରେ ପ୍ରାକୃତିକ ଭାବରେ ଆଣ୍ଟିବଡି ବିକଶିତ ହୋଇଥାଏ ଏବଂ ଯଦି ସେମାନଙ୍କୁ ଗୋଟିଏ ବି ପାନ ଟିକା ଦିଆଯାଏ ତେବେ ରୋଗପ୍ରତିରୋଧ ଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (ବିଏଚୟୁ)ର ବୈଜ୍ଞାନିକମାନେ ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ସେମାନେ ୨୦ ଜଣଙ୍କୁ ନେଇ ଅଧ୍ୟୟନ କରିଥିଲେ ଏବଂ ତାହାର ଫଳାଫଳକୁ ପତ୍ରିକାରେ ପ୍ରକାଶିତ କରିଥିଲେ। ନିଜର ରିପୋର୍ଟକୁ ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇବା ସହିତ ଉପରୋକ୍ତ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories