www.samajalive.in
Monday, December 8, 2025
14.1 C
Bhubaneswar

ନାଲିଫିତା ତଳେ ଗୁଟଖା ବନ୍ଦ ନିୟମ, ଖୁଲମଖୁଲା ଚାଲିଛି ବିକ୍ରି!

ସାରନଗରୀ : ସାରା ବିଶ୍ୱରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ଵ ତମାଖୁ ବର୍ଜନ ଦିବସ ଅବସରରେ ଆସନ୍ତୁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଶପଥ ନେବା ଯେ, ଜୀବନରେ କଦାପି ଧୂମପାନ କରିବା ନାହିଁ ଓ କୌଣସି ପ୍ରକାର ତମାଖୁ ଉତ୍ପାଦ ବ୍ୟବହାର କରିବା ନାହିଁ। ଅନ୍ୟ ସମସ୍ତଙ୍କୁ ମଧ୍ୟ ତମାଖୁ ବର୍ଜନ ପାଇଁ ଉତ୍ସାହିତ କରିବା। ତେବେ ଯାଇ ଆମେ ସୁସ୍ଥ ରହିବା ଓ ସୁଖି ରହିବା ।  ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା ମଧ୍ୟ ପ୍ରେରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

- Advertisement -

ମାତ୍ର ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ତମାଖୁ ବର୍ଜନ ଦିବସ ପାଳନ ପ୍ରହସନରେ ପରିଣତ ହେଲା ଭଳି ସ୍ପଷ୍ଟ ବାରି ହୋଇ ପଡୁଛି ।  ଗୁଟୁଖା ବନ୍ଦ ନିୟମ କୋମାରେ ଥିବା ଭଳି ପ୍ରତୀୟମାନ ହେଉଥିବା ବେଳେ, ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ଗୁଟୁଖା ବିକ୍ରି ଖୁଲମଖୁଲା ଭାବେ ଚାଲୁଥିବା ଦେଖିବାକୁ ମିଳିଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଓ ପାଶ୍ୱବର୍ତି  ଗ୍ରାମାଂଚଳରେ ଖୁଲୁମଖୁଲା ଗୁଟଖା ବିକ୍ରୀ ଚାଲିଛି। ଗୁଟଖା ଖାଇ କ୍ୟାନସର ଶୀକାର ହେଉଛନ୍ତି ଯୁବପିଢୀ ତଥା ବୟସ୍କ ବ୍ୟକ୍ତି । ନାବାଳକ ମାନେ ମଧ୍ୟ ଗୁଟଖାର ଚକ୍ରବ୍ୟୁହରୁ ନିଜକୁ ବଂଚାଇ ରଖି ପାରି ନାହାନ୍ତି। ସାରନଗରୀର ମଡର୍ଣ୍ଣ ଇଣ୍ଡିଆ, ଆଇଡିଏଲ, ଜଲଦା, ରଙ୍ଗିଲା ଛକ, ଲକ୍ଷ୍ମୀ ମାର୍କେଟ, ବାଲିଯୋଡି, ଆନନ୍ଦ ବଜାର, ଲୋକନାଥ ମାର୍କେଟ, ଗଂଜୁ ମାର୍କେଟ, ଆଇଡ଼ିଏଲ, ବାଲିଯୋଡ଼ି ଓ ଗଳିକନ୍ଦିରେ ଥିବା ବିଭିନ୍ନ ପାନ ଓ ରାସନ ଦୋକାନରେ ଗୁଟଖା ବିକ୍ରି ଜୋର ଧରିଛି । ଯାହାକୁ ବନ୍ଦ କରିବା ପାଇଁ ଅଂଚଳର ବୁଦ୍ଧିଜୀବି ସମେତ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବହୁବାର ଦାବି କରାଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ  ଏନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିିବାରୁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।
ଏଠାରେ ପ୍ରକାଶ ଥାଉକି, ଗତ ୮ ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତମାଖୁ ବିକ୍ରି ଉପରେ ରୋକ ଲଗାଯାଇଥିଲା। ଯଦି କିଏ ଏହାକୁ ବିକ୍ରୀ କରିବ ତେବେ ତାହାକୁ ୭ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡାଦେଶରେ ଦଣ୍ଡିତ କରାଯିବ ବୋଲି ଘୋଷଣା କରାଯାଇଥିଲା। ଗୁଟୁଖା ଉପରେ ରୋକ ଲଗାଇବା ପାଇଁ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇ ଏହି କମିଟିରେ ଡ୍ରଗ୍ସ ଇନ୍ସପେକ୍ଟର, ସିଡିଏମଓ  ଏବଂ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ରହିଥିଲେ। ସେହି ସମୟରେ ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେବାପରେ ଗୁଟୁଖା ବିକ୍ରୀ କରୁଥିବା ପାଇକାରୀ ଓ ଖୁଚୁରା ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । କିଛି ଦିନ ଗୁଟୁଖା ବିକ୍ରୀ କରୁଥିବା ବେପାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲେ ସୁଦ୍ଧା ବର୍ତମାନ ସ୍ଥିତିରେ କୌଣସି ସୁଧାର ଆସି ନଥିବା ଦେଖିବାକୁ ମିଳିଛି। ଗୁଟୁଖା ନିଷେଦ୍ଧ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ପୁଣିଥରେ ଗୁଟୁଖା ବିକ୍ରୀ ଜୋର ଧରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଗୁଟୁଖା କମ୍ପାନୀ ପକ୍ଷରୁ  ଗୁଟୁଖା ପ୍ୟାକେଟକୁ ଅଲଗା କରି ତା ସହିତ  ନିକୋଟିନଯୁକ୍ତ ପ୍ୟାକେଟକୁ ଅଲଗା କରି ବିକ୍ରୀ କରୁଛନ୍ତି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କ୍ୟାନସର, ହୃଦଘାତ ଆଦି ହେଉଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଖାଦ୍ୟନଳୀ କର୍କଟ ରୋଗ ହୋଇ ଅକାଳରେ ପ୍ରାଣ ଯାଉଛି । ଦକ୍ଷିଣ ରାଉରକେଲା ଅଂଚଳରେ ଥିବା କିଛି ସ୍କୁଲ ପରିସର ଠାରୁ ୨୦୦/୩୦୦ ମିଟର ଦୂରରେ ଗୁଟଖା ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଯଦିଓ ବର୍ତମାନ କରୋନା ମହାମାରୀ ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ହେଲେ ପୁର୍ନବାର ଶିକ୍ଷାନୁଷ୍ଠାନ ଖୋଲାଗଲେ ଏହାର ପାର୍ଶବର୍ତି ଅଂଚଳରେ ଗୁଟଖା ବିକ୍ରି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାନସର ପିଡିତ ବ୍ୟକ୍ତି ମାନଙ୍କୁ ମାଗଣାରେ କେମୋ ଚିକିତ୍ସା ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଗୁଟୁଖା ବିକ୍ରୀ କରୁଥିବା ବେପାରୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ନେଇ ଦକ୍ଷିଣ ରାଉରକେଲାର ବୁଦ୍ଧିଜିବୀ ମାନଙ୍କ ମହଲରେ ବିସ୍ମୟ ସୃଷ୍ଟି କରିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ମତ ପ୍ରକାଶ ପାଇଛି ।
ଗୁଟଖାର ଅବାଧ ବିକ୍ରିକୁ ନେଇ ସେମାନେ ଯାହା କୁହନ୍ତି:
ଗୁଟୁଖା ବନ୍ଦ ନିଷିଦ୍ଧ ହେଉ
‘ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇ ଜନବହୁଳ ଅଂଚଳ ସମେତ ସମସ୍ତ ପାନ ଦୋକାନରେ ଗୁଟୁଖା ବିକ୍ରିକୁ ନିଶିଦ୍ଧ କରାଯିବା ଜରୁରୀ ହୋଇ ପଡ଼ିଛି । ତେବେ ଯାଇ ତମାଖୁ ବର୍ଜନ ଦିବସର ଯଥାର୍ଥତା ପରିପ୍ରକାଶ ପାଇବ । ଖାଲି ଲୋକ ଦେଖାଣିଆ ପରି ଚଢଉ ହେଲେ ମଧ୍ୟ ପୁଣିଥରେ ତମାଖୁ ବିକ୍ରି ହେବା ଦେଖିବାକୁ  ମିଳୁଛି । ତମାଖୁ ବିକ୍ରି କରୁଥିବା ବ୍ୟକ୍ତ ବିଶେଷ ମାନଙ୍କ ପାଇଁ ଅର୍ଥ ଦଣ୍ଡ ସହ ଜେଲ ଦଣ୍ଡର ବ୍ୟବସ୍ଥା ହେଉ’ । ଚିତରଂଜନ ନନ୍ଦ, ବୁଦ୍ଧିଜିବୀ, ସାରନଗରୀ
ନାବାଳକ ତମାଖୁ ସେବନରୁ ନିବୃତ ରୁହନ୍ତୁ 
‘ଆଜିର ଶିଶୁ  ଆସନ୍ତାକାଲିର ଭବିଷ୍ୟତ । ସମାଜ ଗଠନରେ ଏମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାତ୍ର ବୟସ ବୃଦ୍ଧି ସହ କୁସଙ୍ଗ ଦୃଷ୍ଟିରୁ ନାବାଳକ ମାନେ ବିିଭିନ୍ନ ପ୍ରକାର ତମାଖୁ ଯେପରି ସିଗାରେଟ, ଗୁଟଖା, ଖଇନି ଆଦି ସେବନ କରି ନିଜର ସୁନେଲି ଭବିଷ୍ୟତକୁ ଅମା ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି । ତମାଖୁ ସେବନ ସେମାନଙ୍କୁ ମୃତ୍ୟୁର ଦ୍ୱାର ପର୍ଯ୍ୟନ୍ତ ପହଂଚାଇ ଦେଉଛି । ଏଣୁ ନାବାଳକ ମାନଙ୍କୁ ତମାଖୁ ସେବନରୁ ନିବୃତ କରିବା ପାଇଁ  ଅଭିଭାବକ ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନେ ଯତ୍ନଶୀଳ ହେବା ଦରକାର’ । ସଚଳା ପଣ୍ଡା, ମହିଳା ସାମାଜିକ କର୍ମୀ, ସାରନଗରୀ
ତମାଖୁ ବର୍ଜନ ଦିବସ ପାଳନ ଧର୍ମକୁ ଆଖିଠାର
‘ପ୍ରତିବର୍ଷ ମେ’ ୩୧ ତାରିଖକୁ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି । ସମସ୍ତେ ଏହି ଦିନ ତମାଖୁ ଛାଡ଼ିବାକୁ ବଜ୍ର ଶପଥ ନେଉଛନ୍ତି । ମାତ୍ର ତମାଖୁ ବିକ୍ରି ଓ ସେବନରେ ଆଜି ଯାଏ ରୋକ ଲାଗି ପାରିନାହିଁ । ବିଦ୍ୟାଳୟ ହେଉକି ମହାବିଦ୍ୟାଳୟ ପ୍ରତି ଜାଗାରେ ଲୁଚାଛପାରେ ତମାଖୁ ସେବନ ଚାଲୁଥିବା ନଜରକୁ ଆସୁଛି ।  ତମାଖୁ ସମଗ୍ର ରାଜ୍ୟରେ ନିଷିଦ୍ଧ କରିବାକୁ କଠୋର ଆଇନ ହେବା ଜରୁରୀ ହୋଇ ପଡ଼ିଛି’ ।
ଜନାର୍ଦ୍ଦନ ବେହୁରା, ପ୍ରଧାନଶିକ୍ଷକ, ଅସୁରଛପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories