www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା-ମୁଖ୍ୟ ଖବର

–ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ସମ୍ଭାବନା, ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ କେନ୍ଦ୍ର ସରକାର।
–ପରୀକ୍ଷା କରାଯିବ ନା ନାହିଁ, କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟକୁ ଜଣାଇବେ, ପିଆଇଏଲ୍‌ର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା।

–ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

–ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏ ଯାଏଁ ବିଜୁଳି ଆସିନାହିଁ, ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

– ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡିଶା ପାଇଁ ନୁଆ କଥା ନୁହେଁ କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ

–ଖୁବ ଶୀଘ୍ର ସମ୍ବଲପୁରରେ ଆଉ ଏକ କୋଭିଡ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହେବ, ଦିନରେ ଝାରସୁଗୁଡ଼ା ଓ ଅନୁଗୁଳରେ ହେବ କୋଭିଡ ହସ୍‌ପିଟାଲ୍‌ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

–ତୃତୀୟ ଲହର ସଂକ୍ରମଣ ନ ବ୍ୟାପିବା ନେଇ ବ୍ୟବସ୍ଥା ହେଉଛି, ସମ୍ବଲପୁରରେ କୋଭିଡ ସ୍ଥିତି ସମୀକ୍ଷା ପରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା

–କୋଭିଡ ସେଣ୍ଟରର ସ୍ବତନ୍ତ୍ର ଯତ୍ନ ନିଆଯିବ। ଯେପରି ତୃତୀୟ ଲହର ସଂକ୍ରମଣ କରିବ ନାହିଁ

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୪୦୫ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୬୮୦୯୩୨କୁ ବୃଦ୍ଧି

–ବ୍ରହ୍ମପୁରରେ ଅମ୍ଳଜାନ କଳାବଜାର ଅଭିଯୋଗ

–ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି। ସବୁ ପକ୍ଷଙ୍କଠାରୁ ମତାମତ ନିଆଯାଉଛି : ଜିଲାପାଳ
– କୋଭିଡ କଟକଣାରେ ଦେବସନ୍ନାନ ପୂର୍ଣ୍ଣିମା କିପରି ହେବ,ଆଲୋଚନା ଚାଲିଛି

–ଆସନ୍ତାକାଲିଠାରୁ ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲାରେ ଗାଡ଼ି ଶୋ’ ରୁମ୍ ଖୋଲିବ। ଶୋ’ ରୁମ୍ ଖୋଲିବା ଅନୁମତି ନେଇ ଟ୍ବିଟ କରି ସୂଚନା ଦେଲା ଏସ୍‌ଟିଏ।

–ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା ଓ ଗଜପତି ଆର୍‌ଟିଓରେ ରେଜିଷ୍ଟ୍ରେସନ। ଏହି ୪ଟି ଆର୍‌ଟିଓରେ ନୂଆଗାଡ଼ି ପଞ୍ଜିକରଣ ହେଇପାରିବ।
–ତାଲାବନ୍ଦରେ ଅନ୍ୟ ଜିଲାରେ ଗାଡ଼ି ଶୋ’ ରୁମ୍ ଖୋଲିବା ପାଇଁ ଅନୁମତି ନାହିଁ।

–ବାତ୍ୟା ୟସ ଓ ବନ୍ୟା ପାଇଁ ଜଳସମ୍ପଦ ବିଭାଗର ୮୭କୋଟି କ୍ଷତି। କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦେଲା ବିଭାଗ
–ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା। ବୃହତ ଜଳପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ୬୯.୧୮କୋଟି
–ଡ୍ରେନେଜ୍‌ରେ ୭.୬୬ ଏବଂ ଉଠା ଜଳସେଚନରେ ପ୍ରାୟ ୨.୨୩କୋଟି କ୍ଷତି
–ମଧ୍ୟମ ପ୍ରକଳ୍ପରେ ୭.୦୮କୋଟି କ୍ଷତି ଆକଳନ କରାଯାଇଛି। ମୋଟ ୭୭ଟି ଘାଇରୁ ଏବେ ସୁଦ୍ଧା ୩୫ଟି ଘାଇ ମରାମତି କରାଯାଇଛି।

– କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ଦିନକରେ ୪ ଶିଶୁ ମୃତ

– ଟ୍ବିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ପଡ଼ିବ: ଦିଲ୍ଲୀ ହାଇକୋର୍ଟ

– ସେଣ୍ଟ୍ରାଲ ଭିଷ୍ଟା ଉପରେ ରୋକ୍‌ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

– ମୋଦୀଙ୍କୁ ମମତାଙ୍କ ଚିଠି; ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

– କଳା କବକ : ଉତ୍ତରପ୍ରଦେଶରେ ଦୃଷ୍ଟିଶକ୍ତି ହରାଇଲେଣି ୫୪ ଜଣ, ୮୦ ମୃତ

– ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories