www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଏହି ସ୍ଥାନ ବିଷୟରେ ; ଏଠାରେ କାର୍ଯ୍ୟ କରେ ନାହିଁ କୌଣସି ବୈଦୁତିକ ଉପକରଣ

ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ  ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ସେହି ସମସ୍ତ ଘଟଣାକୁ ଗୁଡିକୁ ଦେଖି ଏହି ସ୍ଥାନର ନାମ ଏପରି କାହିଁକି ହୋଇଛି ପ୍ରଶ୍ନ ଉଠିବ।
ଏହି ସ୍ଥାନର ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦୁନିଆର ସମସ୍ତ ବିଦ୍ୟୁତ ଉପକରଣ କାମ କରିବା ବନ୍ଦ ଅଥବା ଅଚଳ ହୋଇଯାଏ। କୁହାଯାଉଛି ଏଠାରେ ଏପରି କିଛି ରହିଛି, ଯେଉଁ କାରଣରୁ ଏଠାରେ ବିଦ୍ୟୁତ ଉପକରଣ କାର୍ଯ୍ୟ କରେ ନାହିଁ।
ସାରା ଦୁନିଆରେ ଏହି କଥା ଚର୍ଚ୍ଚାରେ ଆସିବାର କାରଣ ଯେଉଁ ସମୟରେ ଏଠାରେ ପ୍ରଥମେ ଉଲକାପିଣ୍ଡ ପଡିଥିଲା। ୧୯୩୮ ମସିହାରେ ପ୍ରଥମେ ଏଠାରେ ଉଲକାପିଣ୍ଡ ପଡିଥିଲା। ୨ୟ ଥର ୧୯୫୪ରେ ଏଠାରେ ପଡିଥିଲା ବୋଲି କୁହାଯାଉଛି। ଏହାପରଠାରୁ ହିଁ ଏହି ସ୍ଥାନରେ ହିଁ ଏଭଳି ଘଟଣା ଘଟୁଛି ବୋଲି ଲୋକେ କହିଥାଆନ୍ତି।
କୁହାଯାଉଛି ଏହି ରସହ୍ୟମୟ ସ୍ଥାନରେ କୌଣସି ବୈଦୁତିକ ଉପକରଣ କାର୍ଯ୍ୟ କରିନଥାଏ। ବୈଜ୍ଞାନିକ ମାନେ ଏଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଏଠାରେ ଜିପିଆରଏସ ଓ କମ୍ପାସ ଚକ୍ରି ଭଳି ଘୁରୁଛି।
ଏହି ସ୍ଥାନର ନାମ ‘ଜୋନ ଅଫ ସାଇଲେନ୍ସ’ ୧୯୬୬ ରେ ରଖାଯାଇଥିଲା। ଯେଉଁ ସମୟରେ ଏକ ତେଲ କମ୍ପାନୀ ଏଠାରେ ତେଲର ସନ୍ଧ୍ୟାନରେ ରହିଥିଲେ। କମ୍ପାନୀର ଲୋକେ ୫୦ କିଲୋମିଟର ପ୍ରଶସ୍ତ ଏହି କ୍ଷେତ୍ରରେ ଗବେଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ତାଙ୍କର ସମସ୍ତ ବୈଦୁତିକ ଉପକରଣ କାମ କରିବା ବନ୍ଦ କରିଦେଇଥିଲା। ରେଡିଓ ସିଗନାଲ ମଧ୍ୟ ତାଙ୍କୁ ମିଳିପାରି ନଥିଲା।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories