www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟାମାଳବ୍ଲକର ୪ ଗୋଟି ହାଇସ୍କୁଲ ନବୀକରଣ କାର୍ଯ୍ୟର ଭୂମିପୂଜନ

କଣ୍ଟାମାଳ : ୫ ଟି ଦ୍ୱାରା ମନୋନୀତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲ ୪ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଦ୍ୟାଳୟ ପରିସରର ନବୀକରଣ କାର୍ଯ୍ୟ ପାଇଁ ଆଜି ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇ ଯାଇଛି। ଆଜି ବ୍ଲକର ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା ଓ ଆମ୍ବଗାଁ ହାଇସ୍କୁଲରେ ଏହି ଭୂମିପୂଜନ ହୋଇ ଯାଇଥିବା ବେଳେ ନବୀକରଣ କାର୍ଯ୍ୟ ଆଜି ଠାରୁ ଆରମ୍ଭ କରିବାକୁ ସଂପୃକ୍ତ ଠିକାଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆଜି ପୂର୍ବାହ୍ନରେ କଣ୍ଟାମାଳ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ ମେହେର, ବିଡିଓ ବନ୍ଦନା ଖଟୁଆ, ସହକାରୀ ଯନ୍ତ୍ରୀ ସୋମନାଥ ଭୂୟାଁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ, ବିଦ୍ୟାଳୟ ପୁରାତନ ଛାତ୍ର ଦୁତିଆଚରଣ ସାହୁ, ମୋସ୍କୁଲର କୋଷାଧ୍ୟକ୍ଷ କେଦାରନାଥ ସାହୁ, ଦିବ୍ୟଶଙ୍କର ରାଉତ, ଦେବୀ ପ୍ରସାଦ ନାଏକ, ଧୀରେନ୍ଦ୍ରନାଥ ସାହୁ, ତାପଶ ଖଟୁଆ, କାର୍ଯ୍ୟର ଠିକାଦାର ଶମ୍ଭୁପ୍ରସାଦ ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

 

- Advertisement -

ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୫ଟି କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟ ମାନଙ୍କୁ ସାମିଲ କରିବା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବେସରକାରୀ ସ୍କୁଲ ମାନଙ୍କ ରହିଥିବା ଦବ୍ଦବାକୁ ହ୍ରାସ କରି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି ଜଣାଯାଇଛି। ବିଦ୍ୟାଳୟକୁ ଏକ ମଡେଲ ସ୍କୁଲଭାବେ ନିର୍ମାଣ କରାଯିବାକୁ ଥିବାରୁ ବିଦ୍ୟାଳୟ ପରିସରରେ ପାଠାଗାର, ଯୋଗ କେନ୍ଦ୍ର, ଲ୍ୟାବ, ସହିତ ଶ୍ରେଣୀଗୃହ, ଶୌଚାଳୟ , ସାଇକେଲ ଷ୍ଟାଣ୍ଡ ଏବଂ ବିଦ୍ୟାଳୟ ପାଇଁ ଖେଳପଡିଆ, ଛାତ୍ରାବାସ ଭଳି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଜଣାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମିଶ୍ର ବିଦ୍ୟାଳୟ ପରିସର ବୁଲିଦେଖିବା ସହ ୬୦ ବର୍ଷର ସେହି ବିପଦ ସଙ୍କୁଳ ପୁରୁଣା କୋଠାକୁ ଭାଙ୍ଗିବା ସହ ଆବଶ୍ୟକ ସ୍ଥଳେ ଆଜବେଷ୍ଟସକୁ ବଦଳାଇ ଛାତକରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପୁରୁଣା କୋଠାରେ ରହିଥିବା ମୂଲ୍ୟବାନ କାଠ, ଇଟା, ପଥର, ଆଜବେଷ୍ଟସକୁ ମୋ ସ୍କୁଲ କମିଟି ମାଧ୍ୟମରେ ନିଲାମ କରି ଆଦାୟ ଅର୍ଥକୁ ମୋ ସ୍କୁଲରେ ଜମା କରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories