www.samajalive.in
Monday, December 8, 2025
24.1 C
Bhubaneswar

ମୋଦୀଙ୍କୁ ମମତାଙ୍କ ଚିଠି; ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

କଲକାତା: କେନ୍ଦ୍ର ସରକାରଙ୍କ ସହିତ ପଶ୍ଚିମବଙ୍ଗ ସରକାରଙ୍କ ବିପାଦ ଅନେକ ସମୟରୁ ଦେଖିବାକୁ ମିଳିଆସୁଛି। ନାନା କାରଣକୁ ନେଇ ବିବାଦ ଚାଲିଆସୁଥିବାବେଳେ ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ବଦଳି କରି କେନ୍ଦ୍ରକୁ ଡକାଯିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ମମତା ନିଜ ଚିଠିରେ [ନେକ ନିୟମ ଏବଂ ସମ୍ବିଧାନର ଦ୍ବାହି ଦେଇ ମୁଖ୍ୟ ସଚିବଙ୍କ ବଦଳିଳୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି। ମମତା ଏହି ସଙ୍କଟ ସମୟର ନିଜର ମୁଖ୍ୟ ସଚିବଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ବୋଲି ସିଧା ସିଧା କହିଛନ୍ତି। ସେ ଆହୁରି ଚିଠିରେ ଲେଖିଛନ୍ତି ଯେ, କିଛି ସପ୍ତାହ ପୂର୍ବେ କେନ୍ଦ୍ର ସରକାର ରାଜ୍ୟର ଅନୁରୋଧକୁ ସ୍ବୀକାର କରିଥିଲେ ଏବଂ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ, କିନ୍ତୁ ଏବେ ଆଭିମୁଖ୍ୟ ବଦଳାଯାଇଛି।

- Advertisement -

ଏହାବ୍ୟତୀତ ମମତା ଚିଠିରେ ପୁଣି ଥରେ ବାତ୍ୟା ୟାସକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବୈଠକ କଥା ଉଲ୍ଲେଖ କରିଛନ୍ତି, ଯେଉଁ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ମମତା ଏହି ବୈଠକରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ କୌଣସି ବିଧାୟକ ଉପସ୍ଥିତ ରହିବା ଠିକ୍‌ ନୁହେଁ ବୋଲି ମମତା କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories