ବରପାଲି: ବରପାଲି ନ୍ଲକ ଗ୍ରୀଣ୍ଡୋଲା ଗ୍ରାମର ଶିକ୍ଷକତା କରୁଥିବା ସନାତନ ସାହୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ କୌଣଷି କାରଣରୁ ମତ୍ୟୁ ହୋଇଯାଇଛି। ଖବରଟି ପ୍ରସାରିତ ହେଲା ପରେ ବରମକେଲା ପଞ୍ଚାୟତ ଅଚଂଳରେ ଏକ ଶୋକର ଛାୟା ଖେଳିଯାଇଥିଲା। ସନାତନ ବାବୁ ସମ୍ବଲପୁର ୧ନମ୍ବର କେନ୍ଦ୍ରିୟ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କିଛିଦିନ ପୁର୍ବରୁ ସଂକ୍ରମିତ ହେଲାପରେ ସ୍ୱାସ୍ଥ୍ୟର ଅବନତି ଦେଖାଦେବାରୁ ଭୁବନେଶ୍ୱର ସୋମ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସେବା କାର୍ଯ୍ୟ ଜାରି ରହିତରବା ବେଳେ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଥିଲା।
ପରିବାରର ମୂଖ୍ୟ ଭାବରେ ତାଙ୍କ ସହ ତାଙ୍କର ରଗ୍ଧ ବଡ଼ଭାଇଙ୍କ ପରିବାରର ଦାୟୀତ୍ୱ ମଧ୍ୟ ତାଙ୍କ ଉପରେ ରହିଥିଲା। ବର୍ତ୍ତମାନ ତାଙ୍କର ପତ୍ନିଙ୍କ ସମେତ ଦୁଇଟିି ପୁଅ ଝିଅ ଏବଂ ଭାଇଙ୍କ ଦୁଇ ପୁଅଝିଅ ରହିଛନ୍ତି। ଚାରି ବର୍ଷ ପୁର୍ବରୁ ତାଙ୍କର ଭାଇ ଓ ଭାଉଜ ଆରପାରିକି ଚାଲିଗଲା ପରେ ଦୁଇପରିବାରର ସମସ୍ତ ଦାୟୀତ୍ୱଭାର ନିଜେ ବୁଝୁଥିଲେ। ତାଙ୍କର ଅମାୟିକ ଭାବ ସହ ସହାୟତା ମନୋବୃତି ଓ ସାମାଜିକ କାର୍ଯ୍ୟକ୍ରମରେ ସହଯୋଗକୁ ନେଇ ଗ୍ରାମବାସି ଝୁରୁଛନ୍ତି।



